ରାଜ୍ୟ

ନିର୍ବାଚନୀ ମହାକୁମ୍ଭ: EVM ତ୍ରୁଟି ପାଇଁ କିଛି ସ୍ଥାନରେ ମତଦାନ ବିଳମ୍ବ

ମାଲକାନଗିରି (କେନ୍ୟୁଜ): ଆଜି ଓଡ଼ିଶାରେ ଆରମ୍ଭ ହେଇଛି ନିର୍ବାଚନୀ ମହାକୁମ୍ଭ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଆରମ୍ଭ ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହାରି ଭିତରେ କିଛି ଇଭିଏମ୍ ତ୍ରୁଟି ଥିବା ସାମ୍ନାକୁ ଆସିଛି । ଫଳରେ ଭୋଟିଂ ବିଳମ୍ୱ ହୋଇଛି ।

ମାଲକାନଗିରିର ୬୬ ନମ୍ବର ବୁଥ୍ କୁମୁଟି ଗୁଡ଼ା ସ୍କୁଲରେ ଥିବା ଇଭିଏମ୍ ମେସିମ ଅଚଳ ହୋଇଯାଇଛି। ଯାହାଫଳରେ ମତଦାନରେ ବାଧାପ୍ରାପ୍ତ ହୋଇଛି। ଧାଡିରେ ଠିଆ ହୋଇଛନ୍ତିଶହ ଶହ ଭୋଟର । ମାଲକାନଗିରିର ବଙ୍ଗାଳି ପ୍ରାଥମିକ ବିଦ୍ଯାଳୟ ମତଦାନ କେନ୍ଦ୍ରର ବୁଥ ନଂ ୬୩ ରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ ଖରାପ ହେବା ଯୋଗୁ ମତଦାନ ବିଳମ୍ବ ହୋଇଛି। ଉପସ୍ଥିତ ଅଧିକାରୀମାନେ ଏନେଇ ତତ୍ପରତାର ସହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ମାଲକାନଗିରି ପୌରପରିଷଦର ବିବିଗୁଡା ବୁଥ୍‌ରେ ମଧ୍ଯ ଇଭିଏମ ତ୍ରୁଟି ଦେଖାଦେଇଛି। ସେହିପରି ନୂଆପଡା ନିର୍ବାଚନ ମଣ୍ଡଳୀର ନୂଆପଡା ସଦର ୧୦୧ ନମ୍ବର ବୁଥରେ ଇମିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଛି ।

ସାମନସ୍ଥିତି ଖଡ଼ିଆଳ ଲୋହରାପାଲି ୮୯ ବୁଥ୍ ଓ ପୋଡାପାଲିର ୭୨ନଂ ବୁଥ୍ ରେ ମତଦାନରେ ବିଳମ୍ବ ହୋଇଛି। ଜୟପୁରରେ ୧୬୦ ଓ ୧୯୪ ବୁଥରେ ମତଦାନରେ ବିଳମ୍ବ ହୋଇଛି। ବୋରିଗୁମାରେ ୫୯ ଓ ୬୦ ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ଏନେଇ ଭୋଟରଙ୍କ ଅସନ୍ତୋଷ ସୃଷ୍ଟି ହୋଇଛି।

Barsha

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

2 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

14 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

21 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

23 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

40 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago