ରାଜ୍ୟ

ଦୃଷ୍ଟିଶକ୍ତି ହରାଇ ବେସାହାରା ଗରିବ ପରିବାର, ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଘର

ଦୃଷ୍ଟିଶକ୍ତି ହରାଇ ବେସାହାରା ଗରିବ ପରିବାର । ଦୁଇ ପୁଅ ମେଧାବୀ, ହେଲେ ପରିବାର ପ୍ରତିପୋଷଣ ପାଇଁ ଅଧାରୁ ପାଠ ଛାଡି ମଜୁରୀ ଲାଗୁଛି ବଡପୁଅ। ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଭଲ ଘର। ଦୃଷ୍ଟିହୀନ ଦର୍ଶାଇ ଭତ୍ତା ଖଣ୍ଡିଏ ଦେଇ ଚୁପ୍ ବସିଛି ପ୍ରସାଶନ। ଆମେ ଆପଣଙ୍କୁ କହୁଛୁ ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଲଳିତାଦେଇପୁର ଗାଁର ଜଗନ୍ନାଥ ବାରିକଙ୍କ କଥା। ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ପୁଅଙ୍କୁ ନେଇ ତାଙ୍କ ଅଭାବି ସଂସାର।

କୋଡ଼ିଏ ବର୍ଷ ହେବ ଦୃଷ୍ଟି ଶକ୍ତି ହରାଇ ହୋଇପଡିଛନ୍ତି ଅସହାୟ। ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଭଲ ଘର। ଝାଟି ମିଟି ଚାଳ କୁଡିଆରେ ବିତୁଛି ଜୀବନ। ଦୁଇ ପୁଅ ଭଲ ପଢନ୍ତି ହେଲେ ପରିବାର ଆର୍ଥିକ ଅବସ୍ଥା ଦୁର୍ବଳ ହେତୁ ବଡପୁଅ ପାଠ ଅଧାରୁ ଛାଡି ଏବେ ସେଲୁନରେ କାମ କରୁଛି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଥିବା ବେଳେ ମାସିକ ବିକଳାଙ୍ଗ ଭତ୍ତାଟିଏ ଯୋଗାଇ ଚୂପ୍ ବସିଛି ବେଗୁନିଆ ପ୍ରସାଶନ ।

ଦୀର୍ଘ କୋଡ଼ିଏ ବର୍ଷ ତଳେ ରୋଗାଗ୍ରସ୍ଥ ହୋଇ ଦୃଷ୍ଟିଶକ୍ତି ହରାଇ ଥିଲେ ଜଗନ୍ନାଥ। ଏହା ପୂର୍ବରୁ ସେ ଜଣେ ଭଲ ଟିଉସନ ମାଷ୍ଟର ଥିବାବଳେ ପିଲାମାନଙ୍କୁ ପାଠ ପଢାଇ ଗୁଜୁରାଣ ମେଣ୍ଟାଉ ଥିଲେ। ରୋଗ ଗ୍ରାସ ହେବା ହେତୁ ବହୁ ଧନ ସମ୍ପଦ ହରାଇଲେ, ଦେହ ତ ସୁସ୍ଥ ହେଲା କିନ୍ତୁ ଦୃଷ୍ଟିଶକ୍ତି ଫେରି ପାଇ ନ ଥିଲେ। ତଥାପି ଦୁଇ ପୁଅଙ୍କୁ ବଡ କରିଥିଲେ ହେଲେ ଏବେ ପାଖରେ ନାହିଁ ଆଉ ସମ୍ବଳ।

ତେଣୁ ପରିବାର ଚଳାଇବା ସହ ସାନ ପୁଅକୁ ପାଠ ପଢାଇବା ପାଇଁ ବଡପୁଅ ପାଠ ଛାଡିଛି। ସେପଟେ ଘର ଖଣ୍ଡିଏ ପାଇଁ ବେଗୁନିଆ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇ ନିରାଶ ହୋଇଛନ୍ତି। ତେବେ ଗରିବ ଅସହାୟ ଜଗନ୍ନାଥ ବାରିକଙ୍କ ପରିବାର ପ୍ରତି ସରକାର ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

11 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

19 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

34 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

40 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

54 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago