ଦୃଷ୍ଟିଶକ୍ତି ହରାଇ ବେସାହାରା ଗରିବ ପରିବାର, ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଘର

ଦୃଷ୍ଟିଶକ୍ତି ହରାଇ ବେସାହାରା ଗରିବ ପରିବାର । ଦୁଇ ପୁଅ ମେଧାବୀ, ହେଲେ ପରିବାର ପ୍ରତିପୋଷଣ ପାଇଁ ଅଧାରୁ ପାଠ ଛାଡି ମଜୁରୀ ଲାଗୁଛି ବଡପୁଅ। ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଭଲ ଘର। ଦୃଷ୍ଟିହୀନ ଦର୍ଶାଇ ଭତ୍ତା ଖଣ୍ଡିଏ ଦେଇ ଚୁପ୍ ବସିଛି ପ୍ରସାଶନ। ଆମେ ଆପଣଙ୍କୁ କହୁଛୁ ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଲଳିତାଦେଇପୁର ଗାଁର ଜଗନ୍ନାଥ ବାରିକଙ୍କ କଥା। ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ପୁଅଙ୍କୁ ନେଇ ତାଙ୍କ ଅଭାବି ସଂସାର।

କୋଡ଼ିଏ ବର୍ଷ ହେବ ଦୃଷ୍ଟି ଶକ୍ତି ହରାଇ ହୋଇପଡିଛନ୍ତି ଅସହାୟ। ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଭଲ ଘର। ଝାଟି ମିଟି ଚାଳ କୁଡିଆରେ ବିତୁଛି ଜୀବନ। ଦୁଇ ପୁଅ ଭଲ ପଢନ୍ତି ହେଲେ ପରିବାର ଆର୍ଥିକ ଅବସ୍ଥା ଦୁର୍ବଳ ହେତୁ ବଡପୁଅ ପାଠ ଅଧାରୁ ଛାଡି ଏବେ ସେଲୁନରେ କାମ କରୁଛି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଥିବା ବେଳେ ମାସିକ ବିକଳାଙ୍ଗ ଭତ୍ତାଟିଏ ଯୋଗାଇ ଚୂପ୍ ବସିଛି ବେଗୁନିଆ ପ୍ରସାଶନ ।

poor1ଦୀର୍ଘ କୋଡ଼ିଏ ବର୍ଷ ତଳେ ରୋଗାଗ୍ରସ୍ଥ ହୋଇ ଦୃଷ୍ଟିଶକ୍ତି ହରାଇ ଥିଲେ ଜଗନ୍ନାଥ। ଏହା ପୂର୍ବରୁ ସେ ଜଣେ ଭଲ ଟିଉସନ ମାଷ୍ଟର ଥିବାବଳେ ପିଲାମାନଙ୍କୁ ପାଠ ପଢାଇ ଗୁଜୁରାଣ ମେଣ୍ଟାଉ ଥିଲେ। ରୋଗ ଗ୍ରାସ ହେବା ହେତୁ ବହୁ ଧନ ସମ୍ପଦ ହରାଇଲେ, ଦେହ ତ ସୁସ୍ଥ ହେଲା କିନ୍ତୁ ଦୃଷ୍ଟିଶକ୍ତି ଫେରି ପାଇ ନ ଥିଲେ। ତଥାପି ଦୁଇ ପୁଅଙ୍କୁ ବଡ କରିଥିଲେ ହେଲେ ଏବେ ପାଖରେ ନାହିଁ ଆଉ ସମ୍ବଳ।

ତେଣୁ ପରିବାର ଚଳାଇବା ସହ ସାନ ପୁଅକୁ ପାଠ ପଢାଇବା ପାଇଁ ବଡପୁଅ ପାଠ ଛାଡିଛି। ସେପଟେ ଘର ଖଣ୍ଡିଏ ପାଇଁ ବେଗୁନିଆ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇ ନିରାଶ ହୋଇଛନ୍ତି। ତେବେ ଗରିବ ଅସହାୟ ଜଗନ୍ନାଥ ବାରିକଙ୍କ ପରିବାର ପ୍ରତି ସରକାର ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.