ରାଜ୍ୟ

ବୃତ୍ତି ନାହିଁ କି ରୋଜଗାର ନାହିଁ: କରୋନା ଭୟରେ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି କୁମ୍ଭାର ପରିବାର

ମାଲକାନଗିରି : ବୃତ୍ତି ନାହିଁ କି ରୋଜଗାର ବି ନାହିଁ ।  ପରିବାର ଚଳିବ କେମିତି । କରୋନା ଭୟରେ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ କେତେ ଯେ ଅସହାୟ ଲୋକ ଜୀବନ ବିତାଉଛନ୍ତି ତାର ହିସାବ ନାହିଁ । କରୋନା ଲକଡାଉନ ସମସ୍ତଙ୍କ ହାତ ବାନ୍ଦିଦେଇଛି । କିଏ କୌଣସି କାମଧନ୍ଦା କରିବା ଏବେ ମୁସ୍କିଲ୍ ହୋଇପଡିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଞାୟତ ଅନ୍ତର୍ଗତ  ଗଟିଝଡି ଗ୍ରାମରେ ।

ଏଠାରେ ବାସ କରନ୍ତି ଅନେକ ମାଟି କରିଗରୀ ପରିବାର । ଯେଉଁ ପରିବାରଙ୍କ ଉପରେ ଲକଡାଉନର ବିଶେଷ ପ୍ରଭାବ ପଡିଛି । ସବୁ ପରିବାର ଏବେ ଦୁଃଖରେ ଜୀବନ କାଟୁଛନ୍ତି।  କିଭଳି ପରିବାର ଚଳିବ। ବେପାର ନାହିଁ କି କୌଣସି ଯାଗାକୁ ଯାଇ ନିଜ ଜିନିଷ ବିକିବା ଭଳି ପରିସ୍ଥିତି ବି ଜୁଟୁନି  । ପୁର୍ବପୁରୁଷର ଏହି କର୍ମକୁ ଆଦରି ସେମାନେ ନିଜର ପରିବାର ଚଳାଇ ଆସିଛନ୍ତି । ଅନ୍ୟ କୌଣସି କାମ ବି ସେମାନଙ୍କୁ ଜଣାନାହିଁ । ଯାହାଫଳରେ ଏଭଳି ସମୟରେ କିଭଳି ନିଜ ବୃତିକୁ ବଞ୍ଚାଇ ରଖିବେ ସେଇ ଚିନ୍ତାରେ ଏଇ କୁମ୍ଭାର ପରିବାର ।

ଆଗକୁ ବର୍ଷା ଦିନ । କାମକରିବା ପାଇଁ କୌଣସି ଭଲ ଘରଖଣ୍ଡେ ବି ନାଇଁ । ଯାହାଫଳରେ ସରକାରଙ୍କ କିଛି ସାହାଯ୍ଯକୁ ସେମାନେ ଅପେକ୍ଷା କିରିଛନ୍ତି । ଯାହାଦ୍ବାରା ସେମାନଙ୍କୁ ନଜର ବୃତିକୁ ବଞ୍ଚାଇ ରଖିବାରେ ଏହା ସହଯୋଗ ହୋଇପାରିବ । ଅନ୍ଯପଟେ ଏହି କାମରେ ଅନେକ ପରିଶ୍ରମ କରିବାକୁ ପଡିଥାଏ କିନ୍ତୁ ପାରିଶ୍ରାମିକ ବହୁତ କମ୍ ମିଳିଥାଏ । ଯାହାଫଳରେ ନୂଆ ପିଲାମାନେ ଏହି କଳାରୁ ମୁହଁ ମୋଡିବାକୁ ବସିଲେଣି । ଏଭଳି ପରିସ୍ଥିରେ ପୁର୍ବପୁରୁଷର ଏହି ବୃତିକୁ  କିଭଳି ବଞ୍ଏଚାଇ ରଖିବେ ଏହାକୁ ନେଇ କରିଗରମାନେ ବହୁତ ଚିନ୍ତାରେ।

 

Sonalisa

Recent Posts

ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା, ଦିନ ୨ରୁ ସଂଧ୍ୟା ୭ ଯାଏଁ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କାଲି ଅପରହ୍ଣ ୪ଟା…

3 mins ago

ଲୋକପ୍ରିୟ କନ୍ନଡ ଅଭିନେତା ଦର୍ଶନ ଗିରଫ, ହତ୍ୟା ଅଭିଯୋଗରେ ବାନ୍ଧିଲା ପୋଲିସ

କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କଲା ପୋଲିସ । ରେଣୁକାସ୍ୱାମୀ ନାମକ ଜଣେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି…

7 mins ago

ସୋନାକ୍ଷୀଙ୍କ ବିବାହକୁ ନେଇ ନୀରବତା ଭାଙ୍ଗିଲେ ଶତ୍ରୁଘ୍ନ ସିହ୍ନା, କହିଲେ ଝିଅର ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି

ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି । ସୋମବାର ଦିନ ଏହି…

10 mins ago

କୋରାପୁଟ ସେମିଲିଗୁଡାରେ ଝାଡାବାନ୍ତି ଆତଙ୍କ: ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍

କୋରାପୁଟ (କେନ୍ୟୁଜ): କୋରାପୁଟ ସେମିଲିଗୁଡ଼ା ସୁବାଇ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗାଁରେ ୪୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ…

32 mins ago

ନିର୍ବାଚନ ଜିତିବା ପରେ ପପୁଙ୍କ ନାମରେ ଗୁରୁତର ଅଭିଯୋଗ, ବ୍ୟବସାୟୀଙ୍କୁ ମାଗୁଥିଲେ ୧ କୋଟି ଟଙ୍କା

ବିହାର ପୂର୍ଣ୍ଣିୟାରୁ ନବନିର୍ବାଚିତ ସାଂସଦ ରାଜେଶ ରଂଜନ ଓରଫ ପପୁ ଯାଦବଙ୍କ ପିଛା ଛାଡ଼ୁନି ବିବାଦ । ନିର୍ବାଚନ ଜିତିବାର…

44 mins ago

ଫ୍ୟାକ୍ଟ୍ରିରେ କିପରି ତିଆରି ହୋଇଥାଏ ପନିର? ଜାଣନ୍ତୁ କେଉଁ କେମିକାଲର ବ୍ୟବହାର ହୋଇଥାଏ

ଅଧିକାଂଶ ଲୋକ ପନିର ଖାଇବାକୁ ବହୁତ ଭଲ ପାଆନ୍ତି । ଭେଜ ଖାଉଥିବା ଲୋକମାନେ ପ୍ରାୟତଃ ଘରେ, ପାର୍ଟି ଏବଂ…

1 hour ago