Below header

ବୃତ୍ତି ନାହିଁ କି ରୋଜଗାର ନାହିଁ: କରୋନା ଭୟରେ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି କୁମ୍ଭାର ପରିବାର

ମାଲକାନଗିରି : ବୃତ୍ତି ନାହିଁ କି ରୋଜଗାର ବି ନାହିଁ ।  ପରିବାର ଚଳିବ କେମିତି । କରୋନା ଭୟରେ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ କେତେ ଯେ ଅସହାୟ ଲୋକ ଜୀବନ ବିତାଉଛନ୍ତି ତାର ହିସାବ ନାହିଁ । କରୋନା ଲକଡାଉନ ସମସ୍ତଙ୍କ ହାତ ବାନ୍ଦିଦେଇଛି । କିଏ କୌଣସି କାମଧନ୍ଦା କରିବା ଏବେ ମୁସ୍କିଲ୍ ହୋଇପଡିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଞାୟତ ଅନ୍ତର୍ଗତ  ଗଟିଝଡି ଗ୍ରାମରେ ।

ଏଠାରେ ବାସ କରନ୍ତି ଅନେକ ମାଟି କରିଗରୀ ପରିବାର । ଯେଉଁ ପରିବାରଙ୍କ ଉପରେ ଲକଡାଉନର ବିଶେଷ ପ୍ରଭାବ ପଡିଛି । ସବୁ ପରିବାର ଏବେ ଦୁଃଖରେ ଜୀବନ କାଟୁଛନ୍ତି।  କିଭଳି ପରିବାର ଚଳିବ। ବେପାର ନାହିଁ କି କୌଣସି ଯାଗାକୁ ଯାଇ ନିଜ ଜିନିଷ ବିକିବା ଭଳି ପରିସ୍ଥିତି ବି ଜୁଟୁନି  । ପୁର୍ବପୁରୁଷର ଏହି କର୍ମକୁ ଆଦରି ସେମାନେ ନିଜର ପରିବାର ଚଳାଇ ଆସିଛନ୍ତି । ଅନ୍ୟ କୌଣସି କାମ ବି ସେମାନଙ୍କୁ ଜଣାନାହିଁ । ଯାହାଫଳରେ ଏଭଳି ସମୟରେ କିଭଳି ନିଜ ବୃତିକୁ ବଞ୍ଚାଇ ରଖିବେ ସେଇ ଚିନ୍ତାରେ ଏଇ କୁମ୍ଭାର ପରିବାର ।

poorଆଗକୁ ବର୍ଷା ଦିନ । କାମକରିବା ପାଇଁ କୌଣସି ଭଲ ଘରଖଣ୍ଡେ ବି ନାଇଁ । ଯାହାଫଳରେ ସରକାରଙ୍କ କିଛି ସାହାଯ୍ଯକୁ ସେମାନେ ଅପେକ୍ଷା କିରିଛନ୍ତି । ଯାହାଦ୍ବାରା ସେମାନଙ୍କୁ ନଜର ବୃତିକୁ ବଞ୍ଚାଇ ରଖିବାରେ ଏହା ସହଯୋଗ ହୋଇପାରିବ । ଅନ୍ଯପଟେ ଏହି କାମରେ ଅନେକ ପରିଶ୍ରମ କରିବାକୁ ପଡିଥାଏ କିନ୍ତୁ ପାରିଶ୍ରାମିକ ବହୁତ କମ୍ ମିଳିଥାଏ । ଯାହାଫଳରେ ନୂଆ ପିଲାମାନେ ଏହି କଳାରୁ ମୁହଁ ମୋଡିବାକୁ ବସିଲେଣି । ଏଭଳି ପରିସ୍ଥିରେ ପୁର୍ବପୁରୁଷର ଏହି ବୃତିକୁ  କିଭଳି ବଞ୍ଏଚାଇ ରଖିବେ ଏହାକୁ ନେଇ କରିଗରମାନେ ବହୁତ ଚିନ୍ତାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.