କରୋନା ସମୟରେ ବଲ୍‌କୁ ଏମିତି ଚିକ୍କଣ କରୁଛନ୍ତି ବୋଲର, ଲଗାଉଛନ୍ତି ପିଠିର ଝାଳ

କରୋନା ମହାମାରୀ ଯୋଗୁଁ କ୍ରିକେଟ ଖେଳ ସମୟରେ ବଲ୍‌ରେ ଲାଳ ଲଗାଇବାକୁ ବ୍ୟାନ୍‌ କରାଯାଇଛି। ଏମିତିରେ ଇଂଲଣ୍ଡର ବୋଲର େଓ୍ଵଷ୍ଟଣ୍ଡିଜ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଲାଳ ବା ଛେପ ବଦଳରେ ପିଠିରେ ଲାଗିଥିବା ଝାଳକୁ ବ୍ରବହାର କରି ବଲ୍‌କୁ ଚମକାଉଛନ୍ତି।

ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ବୁଡ କହିଛନ୍ତି, ଲାଳ କିମ୍ବା ଛେପ ଲଗାଇବା ପାଇଁ ପ୍ରତିବନ୍ଧକ ଲାଗିବା ପରେ ଏକ ପିଠିର ଝାଳ ବହୁତ ମହତ୍ୱପୂର୍ଣ୍ଣ ହୋଇସାରିଛି।


ଇଂଲଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ପାଳିରେ ନିର୍ଣ୍ଣାୟକ ଅଗ୍ରଣୀ ନେବାକୁ ଯାଉଛି। ଦ୍ବିତୀୟ ଦିନ ଇଂଲଣ୍ଡ ନିଜ ପ୍ରଥମ ପାଳିରେ ୨୦୪ ରନ୍ କରିଥିଲା। ଜବାବରେ ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ତା’ର ପ୍ରଥମ ପାଳିରେ ୩୧୮ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଛି। ଘରୋଇ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ସର୍ବାଧିକ ୪, ଅଭିଜ୍ଞ ଜେମ୍ସ ଆଣ୍ଡରସନ୍ ୩ ଏବଂ ଯୁବ ସ୍ପିନ୍ ଅଲରାଉଣ୍ଡର୍ ଡୋମିନିକ୍ ବେସ୍ ୨ ୱିକେଟ୍ ଦଖଲ କରିଥିଲା ବେେଳ ଦ୍ରୁତ ବୋଲର ମାର୍କ ଉଡ୍ ଶେଷ ୱିକେଟ୍ଟି ଅକ୍ତିଆର କରିଥିଲେ। ସେ ସାନନ୍ ଗାବ୍ରିଏଲ୍କୁ ଆଉଟ୍ କରି ଇଣ୍ଡିଜ୍ ପାଳି ଶେଷ କରିଦେଇଥିଲେ।

Leave A Reply

Your email address will not be published.