ପୁଣି ଗଞ୍ଜାମରୁ ୪୩ ଜଣ କରୋନା ଯୋଦ୍ଧା ସଂକ୍ରମିତ

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମରୁ ପୁଣି ୪୩ ଜଣ କରୋନା ଯୋଦ୍ଧା ସଂକ୍ରମିତ । ଆସିକାରୁ ୧୨ ଜଣ, ବେଗୁନିଆପଡ଼ା ଓ ଚିକିଟିରୁ ୨ ଜଣ ଲେଖାଏ, ବେଲଗୁଣ୍ଠାରୁ ୩, ମହାନଗର ନିଗମ ଅଞ୍ଚଳରୁ ୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭଞ୍ଜନଗର, ବୁଗୁଡ଼ା, ଛତ୍ରପୁର, ଜଗନ୍ନାଥପ୍ରସାଦ, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା ଓ ସାନଖେମୁଣ୍ଡିରୁ ଜଣେ ଲେଖାଏଁ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୭୪ ଜଣ ପଜିଟିଭ ବାହାରିଛନ୍ତି । ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬୩୪ ଥିବା ବେଳେ ଆକ୍ଟିଭ୍‌ କେସ୍‌ ୧୭୦୮ । ଅନ୍ଯପଟେ ୧ହଜାର ୮ଶହ ୯୨ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.