ରାଜ୍ୟ

ସୋସିଆଲ ମିଡିଆରେ କ୍ଷୋଭ ଜାହିର କଲେ ପ୍ରକୃତି ମିଶ୍ର, କହିଲେ ଆଇନଗତ ପଦକ୍ଷେପ ନେବି

ଭୁବନେଶ୍ବର(କେନ୍ୟୁଜ୍): ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଆକ୍ରମଣ ଘଟଣା ସୋସିଆଲ ମିଡିଆରେ ନିଜ ପକ୍ଷ ରଖିଲେ ପ୍ରକୃତି ମିଶ୍ର । ସେ ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ । ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସକରୁଛୁ, ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ । ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରିଥିଲୁ ।

ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିର୍ଯ୍ୟାତନା ଦେବା ସହିତ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ କରିଥିଲେ । ତାଙ୍କ ସ୍ତ୍ରୀଙ୍କର ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ । ପ୍ରକୃତି ମିଶ୍ରଙ୍କ ବାପା-ମା’ ଭୁବନେଶ୍ବର ଖାରବେଳନଗର ଥାନାରେ ଆଜି ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପେଟ ତୃପ୍ତିଙ୍କ ସହ ବାବୁସାନଙ୍କ ମା’ ଅପରାଜିତା ମହାନ୍ତି ଖାର.ବେଳ ନଗର ଥାନାକୁ ଯାଇ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

3 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

6 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

6 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

6 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

7 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

7 hours ago