ରାଜ୍ୟ

ସୁନ୍ଦରଗଡର ପ୍ରତାପପୁର ଗାଁରେ ସରକାରୀ ଯୋଜନା ସାତସପନ, ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା

ବଣାଇ: ସରକାରୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗୁରୁତ୍ବର ଭାବେ ନେଇଥିବା ବେଳେ କିଛି ସରକାରୀ ବାବୁଙ୍କ ଅବହେଳା ପାଇଁ ଗ୍ରାମବାସୀମାନେ ନାମକ ମାତ୍ର ସୁବିଧା ପାଉଛନ୍ତି। ସରକାରୀ ସେବାରୁ ବଞ୍ଚିତ ଥିବା ଏହିଭଳି ଏକ ଗ୍ରାମ ହେଉଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକର ଶଙ୍ଖପୋଷ ପଞ୍ଚାୟତର ପ୍ରତାପପୁର ଗ୍ରାମ । ଏହି ଗ୍ରାମରେ ରାସ୍ତା, ପାନୀୟ ଜଳ ,ବିଦ୍ୟୁତ ତଥା ଶିକ୍ଷାର ମଧ୍ୟ ସୁବିଧା ନାହିଁ । ଏସବୁଥିରୁ ବଞ୍ଚିତ ହୋଇ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି ପ୍ରତାପପୁର ଗ୍ରାମବାସୀ ।

ଅନ୍ଯପଟେ ମୋବାଇଲ ନେଟଓ୍ଵର୍କର ଅଭାବ ଯୋଗୁଁ ସେଠାରେ ଅନଲାଇନ କ୍ଲାସ ମଧ୍ୟ ବନ୍ଦ ରହିଛି। ଏଣୁ ପିଲାମାନେ ପାଠ ନପଢି ଗାଈ ଛେଳି ଚରାଉଛନ୍ତି । ୨୦୦୮ ମସିହାରେ ଏହି ଗ୍ରାମରେ ବିଦ୍ୟାଳୟ ଖୋଲିବା ସତ୍ତ୍ୱେ ମଧ୍ୟ ଚଳିତ ବର୍ଷ ମାତ୍ର ୧୯ ଜଣ ପିଲା ଓ ୨ ଜଣ ଶିକ୍ଷକ ହେବାରୁ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା । ବତ୍ତର୍ମାନ ସେହି ବିଦ୍ୟାଳୟକୁ ଚାରି କିଲୋମିଟର ଦୁରରେ ଥିବା ଅନ୍ୟ ଏକ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଛି । ରାସ୍ତାର ସୁବିଧା ନଥିବାରୁ ପିଲାମାନେ ଏତେ ବାଟ ପାହାଡ ଜଙ୍ଗଲ ଦେଇ କିପରି ଯିବେ , ଏନେଇ ଚିନ୍ତାରେ ଅଛନ୍ତି ଅଭିଭାବକ ।

ସେହିପରି ବିଦ୍ୟୁତ ଖୁଣ୍ଟ ପୋତା ହୋଇ ସେଠାରେ ଟ୍ରାନ୍ସଫରମର ,ତାର,ମିଟର ବଲ୍,ସୁଇଚ ସବୁ ଲଗାହୋଇଥିଲେ ମଧ୍ୟ ୪ ବର୍ଷ ହେଲା ଗ୍ରାମବାସୀ ବିଦ୍ୟୁତ କେମିତି ଦେଖିନାହାନ୍ତି । ଗ୍ରାମରେ ଥିବା ନଳକୂପରୁ ପାଣି ନଆସିବାରୁ ଅଧ କିଲୋମିଟର ଦୁରରେ ଥିବା କୁଅ ହିଁ ତାଙ୍କ ସାହା ଭରସା । ତେବେ ଲହୁଣୀପଡାକୁଯିବା ପାଇଁ ରାସ୍ତା ନଥିବାରୁ କୌଣସି ବ୍ୟକ୍ତିଙ୍କର ଦେହ ଖରାପ ହୋଇଗଲେ ଖଟ କିମ୍ବା ଚୌକି ସାହାଯ୍ୟରେ ପାହାଡ ତଳୁକୁ ନେଇଥାନ୍ତି । ରାସ୍ତାନଥିବା ବାଟ ଦେଇଗଲେ ଲହୁଣୀପଡାକୁ ମାତ୍ର ୧୨ କିଲୋମିଟର ଲାଗିଥିବା ବେଳେ ରାସ୍ତା ଥିବା ବାଟ ଦେଇ ଗଲେ ପାଖାପାଖି ୪୦ କିଲୋମିଟର ସମୟ ଲାଗିଥାଏ । ତେବେ ପିଲାଙ୍କର ପାଠପଢା, ପାନୀୟ ଜଳ, ବିଦ୍ୟୁତ ଓ ରାସ୍ତା ଭଳି ସମସ୍ତ ଅସୁବିଧା ବିଷୟରେ ବଣାଇ ଉପଜିଲ୍ଲାପାଳ ଜାଣିବା ପରେ ଏନେଇ ବ୍ଲକ ଶିକ୍ଷାଧିକାରୀ, ବିଦ୍ୟୁତ ବିଭାଗ ଓ ବିଡିଓଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago