ସୁନ୍ଦରଗଡର ପ୍ରତାପପୁର ଗାଁରେ ସରକାରୀ ଯୋଜନା ସାତସପନ, ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା

ବଣାଇ: ସରକାରୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗୁରୁତ୍ବର ଭାବେ ନେଇଥିବା ବେଳେ କିଛି ସରକାରୀ ବାବୁଙ୍କ ଅବହେଳା ପାଇଁ ଗ୍ରାମବାସୀମାନେ ନାମକ ମାତ୍ର ସୁବିଧା ପାଉଛନ୍ତି। ସରକାରୀ ସେବାରୁ ବଞ୍ଚିତ ଥିବା ଏହିଭଳି ଏକ ଗ୍ରାମ ହେଉଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକର ଶଙ୍ଖପୋଷ ପଞ୍ଚାୟତର ପ୍ରତାପପୁର ଗ୍ରାମ । ଏହି ଗ୍ରାମରେ ରାସ୍ତା, ପାନୀୟ ଜଳ ,ବିଦ୍ୟୁତ ତଥା ଶିକ୍ଷାର ମଧ୍ୟ ସୁବିଧା ନାହିଁ । ଏସବୁଥିରୁ ବଞ୍ଚିତ ହୋଇ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି ପ୍ରତାପପୁର ଗ୍ରାମବାସୀ ।

childଅନ୍ଯପଟେ ମୋବାଇଲ ନେଟଓ୍ଵର୍କର ଅଭାବ ଯୋଗୁଁ ସେଠାରେ ଅନଲାଇନ କ୍ଲାସ ମଧ୍ୟ ବନ୍ଦ ରହିଛି। ଏଣୁ ପିଲାମାନେ ପାଠ ନପଢି ଗାଈ ଛେଳି ଚରାଉଛନ୍ତି । ୨୦୦୮ ମସିହାରେ ଏହି ଗ୍ରାମରେ ବିଦ୍ୟାଳୟ ଖୋଲିବା ସତ୍ତ୍ୱେ ମଧ୍ୟ ଚଳିତ ବର୍ଷ ମାତ୍ର ୧୯ ଜଣ ପିଲା ଓ ୨ ଜଣ ଶିକ୍ଷକ ହେବାରୁ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା । ବତ୍ତର୍ମାନ ସେହି ବିଦ୍ୟାଳୟକୁ ଚାରି କିଲୋମିଟର ଦୁରରେ ଥିବା ଅନ୍ୟ ଏକ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଛି । ରାସ୍ତାର ସୁବିଧା ନଥିବାରୁ ପିଲାମାନେ ଏତେ ବାଟ ପାହାଡ ଜଙ୍ଗଲ ଦେଇ କିପରି ଯିବେ , ଏନେଇ ଚିନ୍ତାରେ ଅଛନ୍ତି ଅଭିଭାବକ ।

waterସେହିପରି ବିଦ୍ୟୁତ ଖୁଣ୍ଟ ପୋତା ହୋଇ ସେଠାରେ ଟ୍ରାନ୍ସଫରମର ,ତାର,ମିଟର ବଲ୍,ସୁଇଚ ସବୁ ଲଗାହୋଇଥିଲେ ମଧ୍ୟ ୪ ବର୍ଷ ହେଲା ଗ୍ରାମବାସୀ ବିଦ୍ୟୁତ କେମିତି ଦେଖିନାହାନ୍ତି । ଗ୍ରାମରେ ଥିବା ନଳକୂପରୁ ପାଣି ନଆସିବାରୁ ଅଧ କିଲୋମିଟର ଦୁରରେ ଥିବା କୁଅ ହିଁ ତାଙ୍କ ସାହା ଭରସା । ତେବେ ଲହୁଣୀପଡାକୁଯିବା ପାଇଁ ରାସ୍ତା ନଥିବାରୁ କୌଣସି ବ୍ୟକ୍ତିଙ୍କର ଦେହ ଖରାପ ହୋଇଗଲେ ଖଟ କିମ୍ବା ଚୌକି ସାହାଯ୍ୟରେ ପାହାଡ ତଳୁକୁ ନେଇଥାନ୍ତି । ରାସ୍ତାନଥିବା ବାଟ ଦେଇଗଲେ ଲହୁଣୀପଡାକୁ ମାତ୍ର ୧୨ କିଲୋମିଟର ଲାଗିଥିବା ବେଳେ ରାସ୍ତା ଥିବା ବାଟ ଦେଇ ଗଲେ ପାଖାପାଖି ୪୦ କିଲୋମିଟର ସମୟ ଲାଗିଥାଏ । ତେବେ ପିଲାଙ୍କର ପାଠପଢା, ପାନୀୟ ଜଳ, ବିଦ୍ୟୁତ ଓ ରାସ୍ତା ଭଳି ସମସ୍ତ ଅସୁବିଧା ବିଷୟରେ ବଣାଇ ଉପଜିଲ୍ଲାପାଳ ଜାଣିବା ପରେ ଏନେଇ ବ୍ଲକ ଶିକ୍ଷାଧିକାରୀ, ବିଦ୍ୟୁତ ବିଭାଗ ଓ ବିଡିଓଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.