Below header

କରୋନା ଅପଡେଟ: ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୨୦୧ ଜଣ ମୃତ, ୭୭ ହଜାର ପାର ହେଲା ମୃତ୍ୟୁସଂଖ୍ୟା

ଦେଶରେ ଲଗାତାର ତୃତୀୟ ଦିନ ପାଇଁ କରୋନା ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ତୃତୀୟ ଦିନ ପାଇଁ ମାତ୍ର ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ୯୭ ହଜାର ୫୭୦ ନୂଆ ମାମଲା ସମ୍ନାକୁ ଆସିଥିବା ବେଳେ ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪୬ ଲକ୍ଷ ୫୯ ହଜାର ଛୁଇଁଛି । କିନ୍ତୁ ଅଶ୍ଵସ୍ତିକର ବିଷୟ ଯେ, ଗୋଟେ ପଟେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ସୁସ୍ଥତା ହାର ବି ବଢି ବଢି ଚାଲିଛି । ରିପୋର୍ଟ ଅନୁଯାୟୀ, ୩୬ ଲକ୍ଷ ୨୪ ହଜାରରୁ ଅଧିକ ଜଣ ସୁସ୍ଥ ହୋଇ ସାରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ କରୋନାରେ ୧୨୦୧ ଜଣଙ୍କ ପ୍ରାଣ ଯାଇଥିବା ବେଳେ ମୃତକ ସଂଖ୍ୟା ବୃଦ୍ଧି ପାଇ ୭୭ ହଜାର ୪୭୨ ରେ ପହଂଚିଛି । ଯେବେକି ଦେଶରେ ସଂକ୍ରମିତ ମାମଲା ବି ବଢି ୪୬ ଲକ୍ଷ ୫୯ ହଜାର ୯୮୫ ଛୁଇଁଛି । ସେମଧ୍ୟରୁ ୯ ଲକ୍ଷ ୫୮ ହଜାର ୩୧୬ ଲୋକଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ୩୬ ଲକ୍ଷ ୨୪ ହଜାର ୧୯୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ସୁସ୍ଥତା ହାର ବଢି ୭୭.୭୭ ପ୍ରତିଶତ ହୋଇଥିବା ବେଳେ ମୃତ୍ୟୁ ହାର କମି ୧.୬୬ରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.