ରାଜ୍ୟ

ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ଓଡ଼ିଆ ଛାତ୍ର ଅନ୍ବେଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ

ଖୋର୍ଦ୍ଧା: ଅନ୍ବେଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ରୁ ମୋଦିଙ୍କ ସହ କଥା ହେଲେ ଅନ୍ବେଷ ଶୁଭମ୍‌ । ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୩୨ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଛାତ୍ର ଅନ୍ବେଷ ଶୁଭମ୍‌ ପ୍ରଧାନ । ଶିକ୍ଷା କ୍ଷେତ୍ରରେ ଅନ୍ବେଷ ଶୁଭମ୍‌ ପ୍ରଧାନ ଅବଦାନ ଥିବାରୁ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଅନ୍ବେଷ ଭୁବନେଶ୍ୱରରେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ବାପା ମାନସ ରଞ୍ଜନ ପ୍ରଧାନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏଜିଏମ ଭାବେ କାମ କରୁଛନ୍ତି । ତେବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଚକ୍ଷଣ ଦକ୍ଷତା ଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଚୟନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲ୍‌ ପୁରସ୍କାର ୨୦୨୧ ପ୍ରଦାନ କରିବେ । କଳା ସଂସ୍କୃତି କ୍ଷେତ୍ରରେ ୭, ଉଦ୍‌ଭାବନା କ୍ଷେତ୍ରରେ ୯ ଓ ୫ ଜଣଙ୍କୁ ମେଧା କ୍ଷେତ୍ରରେ ପୁରସ୍କୃତ କରାଯାଇଛି ।

ଅନ୍ଯପଟେ ଅନ୍ବେଷ ଶୁଭମ୍‌ ପ୍ରଧାନଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Sonalisa

Recent Posts

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

3 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

16 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

18 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

19 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

42 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago