Below header

ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ଓଡ଼ିଆ ଛାତ୍ର ଅନ୍ବେଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ

ଖୋର୍ଦ୍ଧା: ଅନ୍ବେଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ରୁ ମୋଦିଙ୍କ ସହ କଥା ହେଲେ ଅନ୍ବେଷ ଶୁଭମ୍‌ । ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୩୨ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଛାତ୍ର ଅନ୍ବେଷ ଶୁଭମ୍‌ ପ୍ରଧାନ । ଶିକ୍ଷା କ୍ଷେତ୍ରରେ ଅନ୍ବେଷ ଶୁଭମ୍‌ ପ୍ରଧାନ ଅବଦାନ ଥିବାରୁ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

modiଅନ୍ବେଷ ଭୁବନେଶ୍ୱରରେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ବାପା ମାନସ ରଞ୍ଜନ ପ୍ରଧାନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏଜିଏମ ଭାବେ କାମ କରୁଛନ୍ତି । ତେବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଚକ୍ଷଣ ଦକ୍ଷତା ଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଚୟନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲ୍‌ ପୁରସ୍କାର ୨୦୨୧ ପ୍ରଦାନ କରିବେ । କଳା ସଂସ୍କୃତି କ୍ଷେତ୍ରରେ ୭, ଉଦ୍‌ଭାବନା କ୍ଷେତ୍ରରେ ୯ ଓ ୫ ଜଣଙ୍କୁ ମେଧା କ୍ଷେତ୍ରରେ ପୁରସ୍କୃତ କରାଯାଇଛି ।

tweet

ଅନ୍ଯପଟେ ଅନ୍ବେଷ ଶୁଭମ୍‌ ପ୍ରଧାନଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.