Below header

ଚଳିତ ବର୍ଷ ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା, ପ୍ରଶ୍ନପତ୍ରରେ ରହିବ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍‌ ପ୍ରଶ୍ନ

ଭୁବନେଶ୍ବର: ଚଳିତ ବର୍ଷ ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ୨୦୧୬ କିମ୍ବା ପରେ ରେଜିଷ୍ଟ୍ରେସନ ଭୁକ୍ତ ପିଲାଙ୍କ ପାଇଁ ହ୍ରାସ ସିଲାବସ୍‌ରୁ ପ୍ରଶ୍ନ ଆସିବ। ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍‌ଟିପୁଲ ଚଏସ୍‌ ପ୍ରଶ୍ନ ରହିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ।

ପ୍ରଶ୍ନପତ୍ରରେ ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ରହିବ। ପ୍ରଶ୍ନପତ୍ରରେ ହାରାହାରି ୨୦ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ଦୀର୍ଘ ଉତ୍ତରମୂଳକ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ମାର୍କ ରହିବ।ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.