ଓଡ଼ିଶାର ୧୩ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ୍ ମେଡାଲ୍, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ୍

କେନ୍ଯୁଜ୍: ରାଷ୍ଟ୍ରପତି ପୋଲିସ ପଦକ ଘୋଷଣା । ଓଡ଼ିଶାର ୧୩ ଜଣଙ୍କୁ ମିଳିବ ସମ୍ମାନ । ୨ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳବ । ଅନ୍ୟ ୧୧ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ । ଗୁଇନ୍ଦା ନିର୍ଦ୍ଦେଶକ ରାଧାକିଷନ ଶର୍ମା ଓ ବିଜୁ ପୋଲିସ ଏକାଡେମୀର ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପ୍ପାଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳବ । ମାଲକାନଗିରିରେ ମାଓ ଦମନ କ୍ଷେତ୍ରରେ ରାଧାକିଷନ ଶର୍ମାଙ୍କ ବିଶେଷ ଅବଦାନ ରହିଛି ।

ମାଓ ଦମନ କ୍ଷେତ୍ରରେ ଓଡ଼ିଶା ଭଲ କରି ଆସିଛି, ଆଗକୁ ମଧ୍ୟଏହି ଅଭିଯାନ ଜାରି ରହିବ ବୋଲି ରାଧାକିଷନ ଶର୍ମା କହିଛନ୍ତି । ରାଧାକିଷନ ଶର୍ମା ଓ ବୁଦ୍ଧି ବାହାଦୁର ଥାପ୍ପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି । ସେହିପରି ଆଇଜି ପୋଲିସ ଏସ୍‌. ପ୍ରବୀଣ କୁମାର, ଏଏସ୍‌ପି ରବିନ୍ଦ୍ର କୁମାର ଦାସ, ଏଏସ୍‌ପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ ।

ଭୁବନେଶ୍ୱର ଏସିପି ପ୍ରକାଶ ଚନ୍ଦ୍ର ପାଲ, ଏଏସ୍‌ଆଇ ମନୋରଞ୍ଜନ ଶତପଥୀ, ହାବିଲଦାର ସରୋଜ କୁମାର ଭୋଇ, ଡ୍ରାଇଭର ଶେଖ୍‌ ନାସିରୁଦ୍ଦିନ୍‌ଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ । କନ୍‌ଷ୍ଟେବଳ ଗୌତମ ପାତ୍ର, ସୁବେଦାର ହେମନ୍ତ ବାହାଦୁର ଖତ୍ରୀ ଛେତ୍ରୀ, ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.