ରାଜ୍ୟ

‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ‘କାଦମ୍ବିନୀ ସମ୍ମାନ’ରେ କରାଗଲା ସମ୍ମାନିତ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ’କାଦମ୍ବିନୀ’ର ତ୍ରୟୋବିଂଶ ଏବଂ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ’କୁନିକଥା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ସମ୍ମାନତି ଅତିଥି ଭାବେ ଲୋକସେବକ ମଣ୍ଡଳ ଓଡିଶା ଶାଖାର ସଭାପତି ନରିଞ୍ଜନ ରଥ, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂ କିସ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‌ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଅବସରରେ କୋଭିଡ୍‌ ଯୋଗୁଁ ଗତ ଦୁଇବର୍ଷ ହେଲା ପ୍ରଦାନ କରାଯାଇ ନଥିବା ମର୍ଯ୍ୟାଦାଜନକ ’କାଦମ୍ବିନୀ ସମ୍ମାନ’ ସମେତ ’କାଦମ୍ବିନୀ’ର ବିଭିନ୍ନ ବିଭାଗର ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ’କାଦମ୍ବିନୀ ସମ୍ମାନ-2022’ ପ୍ରଦାନ କରାଯାଇଥିଲା ।

ସେହିଭଳି ବିଶିଷ୍ଟ ସମାଜସେବୀ ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ଓ ’ସମାଜ’ର ପ୍ରକାଶକ ନିରନ ରଥଙ୍କୁ ’କାଦମ୍ବିନୀ ସମ୍ମାନ-2021’ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ’କାଦମ୍ବିନୀ ସମ୍ମାନ-2020’ ପ୍ରଦାନ କରାଯାଇଥିଲା। ’କାଦମ୍ବିନୀ ସମ୍ମାନ’ ସ୍ୱରୂପ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସମେତ ଫଳକ, ମାନପତ୍ର, ଉତ୍ତରୀୟ ଆଦି ପ୍ରଦାନ କରାଯାଇଥିଲା । ସେହିଭଳି ପବିତ୍ର ପାଣିଗ୍ରାହୀଙ୍କୁ ’କାଦମ୍ବିନୀ ଗଳ୍ପ ସମ୍ମାନ-2020’, ଗଙ୍ଗାଧର ବିଶ୍ୱାଳଙ୍କୁ ’କାଦମ୍ବିନୀ ଗଳ୍ପ ସମ୍ମାନ-2021’ ଓ ପଲ୍ଲିଶ୍ରୀ ପଟ୍ଟନାୟକଙ୍କୁ ’କାଦମ୍ବିନୀ ଗଳ୍ପ ସମ୍ମାନ-2022’ ଏବଂ ଶ୍ରୀଯୁକ୍ତ ନିରାକାର ଦାସଙ୍କୁ ’କାଦମ୍ବିନୀ କବିତା ସମ୍ମାନ-2021’ ଓ ପ୍ରୀତିଧାରା ସାମଲଙ୍କୁ ’କାଦମ୍ବିନୀ କବିତା ସମ୍ମାନ-2022’ ପ୍ରଦାନ କରାଯାଇଥିଲା । ’କାଦମ୍ବିନୀ ଗଳ୍ପ ସମ୍ମାନ’ ଓ ’କାଦମ୍ବିନୀ କବିତା ସମ୍ମାନ’ ସ୍ୱରୂପ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସମେତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।

ଅନ୍ୟପକ୍ଷରେ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ମାମା ମିଶ୍ର, ଉଷସୀ ମିଶ୍ର ଓ ଜ୍ୟୋତି ମିଶ୍ରଙ୍କୁ ’କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ-2022’ ପ୍ରଦାନ କରାଯାଇଥିଲା। ଏହି ସମସ୍ତ ପୁରସ୍କାର ନବଗଠିତ ‘କାଦମ୍ବିନୀ ସାହିତ୍ୟ ଏକାଡେମୀ’ ତରଫରୁ ପ୍ରଦାନ କରାଯାଇଥିଲା। ଏହି ଉତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ନିମେନ୍ତେ ’କାଦମ୍ବିନୀ ସାହିତ୍ୟ ଏକାଡ଼େମୀ’ର ଶୁଭାରମ୍ଭ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଥିସହ ’କାଦମ୍ବିନୀ’ ସ୍ୱନକ୍ଷତ୍ର ସ୍ୱତନ୍ତ୍ର ଓ ’କୁନିକଥା’ର ଜୁଲାଇ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ’କାଦମ୍ବିନୀ’ ଓ ’କୁନିକଥାର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ ଓ ସଭା ପରିଚାଳନା କରିଥିଲେ ’କାଦମ୍ବିନୀ’ ଓ ’କୁନିକଥା’ର ସମ୍ପାଦକ ଡ. ଇତି ସାମନ୍ତ । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବିଭିନ୍ନ କ୍ଷେତ୍ରର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago