Categories: ରାଜ୍ୟ

ଓସିଏଲ୍ ଖଣି ସଂପ୍ରସାରଣ ଜନଶୁଣାଣିକୁ ନେଇ ତେଜିଲା ବିବାଦ

ରାଜଗାଙ୍ଗପୁର(କେନ୍ଯୁଜ୍) : ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ସ୍ଥିତ ଓସିଏଲ୍ ଖଣି ସଂପ୍ରସାରଣ ଜନଶୁଣାଣିକୁ ନେଇ ତେଜିଲା ବିବାଦ । ଜନଶୁଣାଣିକୁ ବିରୋଧ କରି ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କ୍ୟାମ୍ପସ ଆଗରେ ହଜାର ହଜାର ଆଦିବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଏସ୍‌ପିଙ୍କ ସମେତ ୨୦ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି ।  ଲାଞ୍ଜିବେର୍ଣ୍ଣା ସ୍ଥିତ ଡୋଲାମାଇଟ ଖଣୀ ବାର୍ଷିକ ଉତ୍ପାଦନ କ୍ଷମତା ୪୨ ଲକ୍ଷ ଟନ ରହିଛି । ତବେ ଏହାକୁ ବାର୍ଷିକ ୯୫ଲକ୍ଷ ଟନକୁ ବୃଦ୍ଧି କରିବା ନେଇ ଆଜି ଝଗରପୁର ସ୍ଥିତ ଡାଲମିଆ ଶିଳ୍ପ ତାଲିମ କେନ୍ଦ୍ରରେ ଜନଶୁଣାଣୀର କାର୍ଯ୍ଯକ୍ରମ ରହିଛି ।

ଉତ୍ପାଦନ ବୃଦ୍ଧି ହେଲେ ସ୍ଥାନୀୟ ଆଦିବାସୀ ମାନେ ଜୀବିକା ହରାଇବା ସହ ପ୍ରଦ୍ୟୁଷଣ ବଢିବ ବୋଲି ଅଭିଯୋଗ ହୋଇଛି । ବିନା ଗ୍ରାମସଭାରେ ଜନଶୁଣାଣୀକୁ ୫ଟି ପଞ୍ଚାୟତ ବାସିନ୍ଦା ବିରୋଧ କରିଛନ୍ତି । ପୂର୍ବରୁ ଫେବୃଆରୀ ୨୨ ଓ ଅଗଷ୍ଟ ୮ ତାରିଖର ଓସିଏଲର ଜନଶୁଣାଣିକୁ ବିରୋଧ କରାଯାଇଥିଲା । ଫଳରେ ଜନଶୁଣାଣି ବାତିଲ ହୋଇଥିଲା ।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

23 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

30 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago