ଓସିଏଲ୍ ଖଣି ସଂପ୍ରସାରଣ ଜନଶୁଣାଣିକୁ ନେଇ ତେଜିଲା ବିବାଦ

ରାଜଗାଙ୍ଗପୁର(କେନ୍ଯୁଜ୍) : ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ସ୍ଥିତ ଓସିଏଲ୍ ଖଣି ସଂପ୍ରସାରଣ ଜନଶୁଣାଣିକୁ ନେଇ ତେଜିଲା ବିବାଦ । ଜନଶୁଣାଣିକୁ ବିରୋଧ କରି ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କ୍ୟାମ୍ପସ ଆଗରେ ହଜାର ହଜାର ଆଦିବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଏସ୍‌ପିଙ୍କ ସମେତ ୨୦ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି ।  ଲାଞ୍ଜିବେର୍ଣ୍ଣା ସ୍ଥିତ ଡୋଲାମାଇଟ ଖଣୀ ବାର୍ଷିକ ଉତ୍ପାଦନ କ୍ଷମତା ୪୨ ଲକ୍ଷ ଟନ ରହିଛି । ତବେ ଏହାକୁ ବାର୍ଷିକ ୯୫ଲକ୍ଷ ଟନକୁ ବୃଦ୍ଧି କରିବା ନେଇ ଆଜି ଝଗରପୁର ସ୍ଥିତ ଡାଲମିଆ ଶିଳ୍ପ ତାଲିମ କେନ୍ଦ୍ରରେ ଜନଶୁଣାଣୀର କାର୍ଯ୍ଯକ୍ରମ ରହିଛି ।

save2ଉତ୍ପାଦନ ବୃଦ୍ଧି ହେଲେ ସ୍ଥାନୀୟ ଆଦିବାସୀ ମାନେ ଜୀବିକା ହରାଇବା ସହ ପ୍ରଦ୍ୟୁଷଣ ବଢିବ ବୋଲି ଅଭିଯୋଗ ହୋଇଛି । ବିନା ଗ୍ରାମସଭାରେ ଜନଶୁଣାଣୀକୁ ୫ଟି ପଞ୍ଚାୟତ ବାସିନ୍ଦା ବିରୋଧ କରିଛନ୍ତି । ପୂର୍ବରୁ ଫେବୃଆରୀ ୨୨ ଓ ଅଗଷ୍ଟ ୮ ତାରିଖର ଓସିଏଲର ଜନଶୁଣାଣିକୁ ବିରୋଧ କରାଯାଇଥିଲା । ଫଳରେ ଜନଶୁଣାଣି ବାତିଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.