କିସ୍‌ରେ ଇଣ୍ଟରନ୍ୟାସନାଲ ୟୁଥ କ୍ୟାମ୍ପେନ୍‌ ଫର କାଇଣ୍ଡନେସ୍‌ ଅନ ସଷ୍ଟେନେବଲ ଗୋଲସ୍‌ ଉଦ୍‌ଘାଟିତ

ଭୁବନେଶ୍ବର(କେନ୍ଯୁଜ୍) : କିସ୍‌ରେ ଉଦ୍‌ଘାଟିତ ହୋଇଛି ଇଣ୍ଟରନ୍ୟାସନାଲ ୟୁଥ କ୍ୟାମ୍ପେନ୍‌ ଫର କାଇଣ୍ଡନେସ୍‌ ଅନ ସଷ୍ଟେନେବଲ ଗୋଲସ୍‌ । ଜାତିସଂଘ ସହକାରୀ ମହାସଚିବ ତଥା ନିଉୟର୍କ ସ୍ଥିତ ଜାତିସଂଘ ପରିବେଶ କାର୍ଯ୍ଯାଳୟ ମୁଖ୍ୟ ସତ୍ୟସୁନ୍ଦର ତ୍ରିପାଠୀ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସତ୍ୟସୁନ୍ଦର କିଟ୍‌ ଓ କିସ୍‌ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ ।

kiis କାର୍ଯ୍ଯକ୍ରମରେ କିଟ୍‌ ଓ କିସ୍‌ର ସଂପାଦକ ଆର.ଏନ.ଦାଶଙ୍କ ସମେତ କିସ୍‌ର ପଦାଧିକାରୀ ଉପସ୍ଥିତ ଥିଲେ । ଏଥିସହ କିସ୍‌ ଛାତ୍ରଛାତ୍ରୀମାନଙ୍କ ସହ ସତ୍ୟସୁନ୍ଦର ଭାବ ବିନିମୟ କରିଥିଲେ । କିସ୍‌ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.