ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ସମାପ୍ତ, କିଶାନ ଘାଟ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ(କେନ୍ଯୁଜ୍) : ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ସମାପ୍ତ ହୋଇଛି । ଗତକାଲି ରାତିରେ ଉତ୍ତରପ୍ରଦେଶ-ଦିଲ୍ଲୀ ସୀମାରେ ଏକାଠି ହୋଇଥିବା ଚାଷୀଙ୍କୁ ପୋଲିସ କିଶାନ ଘାଟ ଯିବାକୁ ଅନୁମତି ଦେଇଥିଲା । ଏହାପରେ ଆନ୍ଦୋଳନ ବନ୍ଦ ନେଇ ଭାରତୀୟ କିଶାନ ୟୁନିୟନ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ଦାବିରେ ସୀମାରେ ହଜାର ହଜାର ଚାଷୀ ଦାବି ପୂରଣ ଜିଦ୍‌ରେ ଅଡି ବସିଥିଲେ । ଆନ୍ଦୋଳନକାରୀ ଚାଷୀଙ୍କୁ ଦିଲ୍ଲୀ ସୀମା ଭିତରେ ପଶିବାକୁ  ପୋଲିସ ଅନୁମତି ଦେଇନଥିଲା । ଚାଷୀଙ୍କ ଦାବିକୁ ମାନିନେବେ ବୋଲି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷୀ ତାକୁ ଗ୍ରହଣ କରି ନଥିଲେ ।

farmerପୂର୍ବରୁ ଚାଷୀମାନେ ଜୋର ଜବରଦସ୍ତ ଦିଲ୍ଲୀରେ ପଶିବାକୁ ଉଦ୍ୟମ କରିବାବେଳେ ପୋଲିସ ପାଣି ମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ପ୍ରାୟ ୩୦ ହଜାର ଚାଷୀ ଉତ୍ତରପ୍ରଦେଶରୁ ଚାଲିଚାଲି ଓ ଟ୍ରାକ୍ଟରରେ ଆସିଥିଲେ। ଋଣ ଛାଡ଼, ବିଦ୍ୟୁତ ସବସିଡି, ପେନସନ, ସ୍ୱାମୀନାଥନ କମିଶନ ସୁପାରିଶକୁ ଲାଗୁ କରିବା ଦାବିରେ ଚାଷୀ ଦିଲ୍ଲୀ ଆସିଥିଲେ । ଚାଷୀଙ୍କ ପ୍ରବେଶ ହେଲେ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ସହ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ଯସ୍ତ ହେବା ଆଶଙ୍କାରେ ପୋଲିସ ଚାଷୀଙ୍କୁ ଅଟକାଇଥିଲା। ଭାରତୀୟ କିଶାନ ୟୁନିୟନ ପଦଯାତ୍ରା ଆୟୋଜନ କରିଥିଲା । ସେପ୍ଟମ୍ବର ୨୩ରେ ଉତ୍ତରପ୍ରଦେଶ ହରିଦ୍ୱାରରୁ କିଶାନ କ୍ରାନ୍ତି ଶୋଭାଯାତ୍ରାରେ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.