Below header

ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ ଓ ବିଧାୟକ ଏ.ଅନ୍‌ବାଲଗନଙ୍କ ମଧ୍ୟରେ ତୁତୁ ମେଁମେଁ

ନୂଆଦିଲ୍ଲୀ(କେନ୍ଯୁଜ୍) : ପୁଡୁଚେରୀ ଉପରାଜ୍ୟପାଳ-ଏଆଇଏଡିଏମ୍‌କେ ବିଧାୟକଙ୍କ ମଧ୍ୟରେ ତୁତୁ ମେଁମେଁ। ତାହା ପୁଣି ସଭାସ୍ଥଳ ଉପରେ । ସଭାରେ ସମୟଠାରୁ ଅଧିକ ସମୟ କହିଥିଲେ ବିଧାୟକ ଏ.ଅନ୍‌ବାଲଗନ୍‌। ଭାଷଣ ବନ୍ଦ କରିବାକୁ କହିଥିଲେ ଉପରାଜ୍ୟପାଳ କିରଣ ବେଦୀ। ଏହାପରେ ଆରମ୍ଭ ହୋଇଥିଲା ବିତର୍କ। କଡ଼ା ଭାଷାରେ କଥାବାର୍ତ୍ତା କରିଥିଲେ ବିଧାୟକ। କିରଣ ବେଦୀଙ୍କ ଅଭିଯୋଗ, ପୂର୍ବରୁ ମଧ୍ୟ ଅନେକ ଥର ଏପରି ଅସଦାଚରରଣ ପ୍ରଦର୍ଶନ କରିଛନ୍ତି ବିଧାୟକ ଅନ୍‌ବାଲଗନ୍।

kiran-bedi-spatସେପଟେ ବିଧାୟକଙ୍କ ଅଭିଯୋଗ, କିରଣ ବେଦୀ ତାଙ୍କୁ ଅପମାନିତ କରିଥିଲେ। ଏ ଅଭିଯୋଗ ନେଇ ବାଚସ୍ପତିଙ୍କୁ ଭେଟିଥିଲେ ବିଧାୟକ ଅନ୍‌ବାଲଗନ୍। ଗାନ୍ଧି ଜୟନ୍ତୀରେ ସ୍ୱଚ୍ଛ ଭାତର ଅଭିଯାନ ଉପରେ ମତ ରଖୁଥିଲେ ବିଧାୟକ। କିନ୍ତୁ ଏଥିରେ ଥିବା ତ୍ରୁଟି କହୁଥିବା ସମୟରେ ବିବାଦ ଆରମ୍ଭ ହୋଇଥିଲା। ସମୟ ଅଧିକ ହୋଇଥିବା କହି, କିରଣ ବେଦୀ ବିଧାୟକଙ୍କୁ ବାରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.