Below header

ଛାତ୍ର ସଂସଦ ନିର୍ବାଚନ, ଆଜି ନାମାଙ୍କନ ଦାଖଲ କରୁଛନ୍ତି ଆଶାୟୀ ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍) : ଛାତ୍ର ସଂସଦ ନିର୍ବଚନ ପାଇଁ କ୍ୟାମ୍ପସ ଉଠୁଛି ପଡ଼ୁଛି । ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଛନ୍ତି । ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ । ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଅକ୍ଟୋବର ୧୦ ତାରିଖରେ ହ୍ଵାଇ ଆଇ ଷ୍ଟାଣ୍ଡ ଫର୍‌ ଅନୁଷ୍ଠିତ ହେବ । ୧୧ ତାରିଖରେ ଭୋଟିଂ ପରେ ଗଣତି ଓ ଅପରାହ୍ନ ୫ରେ ଫଳାଫଳ ପ୍ରକାଶ ପାଇବ । ୧୨ ତାରିଖରେ ନବ ନିର୍ବାଚିତ ଛାତ୍ର ନେତାମାନେ ଶପଥ ଗ୍ରହଣ କରିବେ । ଲିଙ୍ଗଡୋ କମିଶନଙ୍କ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପ୍ରାର୍ଥୀଙ୍କୁ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.