Below header

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବନ୍ଦ ଡାକରା, ଆଜି ପୁଣି ବ୍ୟାରିକେଡ୍‌ ଭାଙ୍ଗିଛନ୍ତି ଭକ୍ତ

ପୁରୀ(କେନ୍ଯୁଜ୍) :ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀରେ ବନ୍ଦ ଡାକରା। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ବନ୍ଦ ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ଆଜି ପୁଣି ଭକ୍ତମାନେ ବ୍ୟାରିକେଡ୍‌ ଭାଙ୍ଗିଛନ୍ତି। ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ସିଂହଦ୍ୱାର ଓ ବାଇଶିପାହାଚ ନିକଟରେ ହୋଇଥିବା ବ୍ୟାରିକେଡ୍‌ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପସିଛନ୍ତି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

puri1ଅନ୍ଯପଟେ ଏହାପୂର୍ବରୁ ଆଜି ସକାଳୁ ପୁରୀ ପୋଲିସ ପକ୍ଷରୁ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଗିରଫ ସମୟରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି। ବିଭିନ୍ନ ରାଜନୈତିକ ସଙ୍ଗଠନ ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.