ସୁପ୍ରିମକୋର୍ଟର ପ୍ରଧାନ ବିଚରାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ(କେନ୍ଯୁଜ୍) : ସୁପ୍ରିମକୋର୍ଟର ପ୍ରଧାନ ବିଚରାପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଜଷ୍ଟିସ ଗୋଗୋଇ ସୁପ୍ରମକୋର୍ଟର ୪୬ତମ ପ୍ରଧାନ ବିଚାରପତି ହୋଇଛନ୍ତି । ୨୦୧୯ ନଭେମ୍ବର ୧୭ ତାରିଖ ପର୍ଯ୍ଯନ୍ତ ସେ ଏହି ଦାୟିତ୍ୱରେ ତୁଲାଇବେ ।

goଜଷ୍ଟିସ ଗୋଗୋଇ ଉତ୍ତରପୂର୍ବର ପ୍ରଥମ ବ୍ୟକ୍ତି ଯିଏ, ସୁପ୍ରିମକୋର୍ଟଙ୍କ ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିଛନ୍ତି । ଆଇନଜୀବୀ ଭାବେ ଜଷ୍ଟିସ ଗୋଗୋଇ ଗୁଆହାଟୀ ହାଇକୋର୍ଟରୁ ଆରମ୍ଭ କରିଥିଲେ କ୍ୟାରିଅର । ୨୦୦୧ ଫେବ୍ରୁଆରୀ ୨୮ ତାରିଖରେ ଗୁଆହାଟୀ ହାଇକୋର୍ଟର ସ୍ଥାୟୀ ଜଜ୍‌ ହୋଇଥିଲେ । ୨୦୧୦ ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲେ । ୨୦୧୧ ଫେବ୍ରୁଆରୀ ୧୨ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ମିଳିଥିଲା । ୨୦୧୨ ଏପ୍ରିଲ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ ଜଷ୍ଟିସ ଗୋଗୋଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.