Below header

କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସାକାଣ୍ଡ, ବୋମା ମାଡରେ ଥରୁଛି କ୍ଯାମ୍ପସ୍

ଯାଜପୁର(କେନ୍ଯୁଜ୍): ହିଂସା ଯୋଗୁ କିଛି ବିଶ୍ୱବିଦ୍ୟାଳୟ ଓ କଲେଜରେ ନିର୍ବାଚନ ବାତିଲ କରି ଦିଆଯାଇଛି । ଯାଜପୁର ଟାଉନ ଏନସି କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । କଲେଜ ପରିସରରେ ଚାଲିଛି ଅଣଛାତ୍ରଙ୍କ ଗୁଣ୍ଡାରାଜ୍‌। ସେହିପରି ଗତକାଲି ବିଳମ୍ବିତ ରାତିରେ ଛାତ୍ରୀ ନିବାସ ଉପରେ ବୋମାମାଡ଼ କରାଯାଇଥିଲା। ତେବେ ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। କଲେଜ ପରିସରରେ ପୋଲିସ ମୁତୟନ କରାଯାଇଛି।

bombସୋର ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟରେ ବୋମାମାଡ

ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟରେ ବୋମାମାଡ। କଲେଜ ପରିସରରୁ ଦୁଇ ଦୁଇଟି ଅଫୁଟା ବୋମା ଉଦ୍ଧାର କରିଛି ପୋଲିସ।

bombqଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେହିପରି ଛାତ୍ର ଉତ୍ତେଜନାକୁ ନେଇ ସୋର ୟୁଏନ୍‌ କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଏହାସହ କଲେଜକୁ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ସୁରକ୍ଷା ଦୃଷ୍ଟିରେ ଉଭୟ କଲେଜରେ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.