ରାଜ୍ୟ

ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ପିଏସଙ୍କ ନାମରେ ଦିବ୍ୟାଙ୍ଗ କଲେ ଅଭିଯୋଗ, ଅଭିଯୋଗ ପ୍ରକୋଷ୍ଠକୁ ନଛାଡି ଫେରାଇ ଦେଲେ

କେନ୍ୟୁଜ(ବ୍ୟୁରୋ) : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ପିଏସଙ୍କ ନାମରେ ହୋଇଛି ଗୁରୁତର ଅଭିଯୋଗ । ଜଣେ ଦିବ୍ୟାଙ୍ଗଙ୍କୁ ଦେଖା ନକରାଇ ଅଭିଯୋଗ ପ୍ରକୋଷ୍ଠରୁ ଫେରାଇ ଦେଇଥିବା ନେଇ ଏପରି ଗୁରୁତର ଅଭିଯୋଗ କରିଛନ୍ତି ଭୁବନେଶ୍ୱରର ଜଣେ ଦିବ୍ୟାଙ୍ଗ ।

ପ୍ରାପ୍ତ ଅଭିଯୋଗ ଅନୁଯାୟୀ, ଆଜି ଥିଲା ଭୁବନେଶ୍ୱର ୯ ତାଲା ସ୍ଥିତି ଶିକ୍ଷା ନିର୍ଦ୍ଦେଶାଳୟ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ଦିନ । ହ୍ଵିଲ ଚେୟାର ଗାଡ଼ିରେ ନିଜର ଅଭିଯୋଗ ନେଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦେଖା କରିବାକୁ ଆସିଥିଲେ ଉକ୍ତ ଦିବ୍ୟାଙ୍ଗ ବିଶ୍ୱନାଥ ଦାସ । ଜଣେ ବ୍ୟକ୍ତିଙ୍କ ସହାୟତାରେ ବହୁ କଷ୍ଟରେ ୫ମ ମହଲା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ ତାଙ୍କର ଅଭିଯୋଗ ନେଇ ।

ଭାବିଥିଲେ ନିଜର ଅଭିଯୋଗ ନେଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦେଖା କରିବେ । ହେଲେ ଗେଟ ପାଖରେ ଥିବା ପିଅନ ତାଙ୍କୁ ଭିତରକୁ ଛାଡିବାକୁ ଦେଇ ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ବହୁ କାକୁତି ମିନତି ହେବା ପରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ପିଏସଙ୍କୁ ଦେଖା କରିବାକୁ ଛାଡିଥିଲେ । ମାତ୍ର ଉକ୍ତ ପିଏସ ଜଣକ ତାଙ୍କୁ ନିର୍ଦ୍ଦେଶକଙ୍କ ପାଖକୁ ଛାଡି ନଥିଲେ । ଦେଖା କରିବାକୁ ନିର୍ଦ୍ଦେଶକ ମନା କରିଛନ୍ତି କହି ସେଠାରୁ ତାଙ୍କୁ ଫେରାଇ ଦେଇଥିଲେ । ଯଦିଓ ଆଜି ସୋମବାର ଅଭିଯୋଗ ନେଇ ଦେଖା କରିବାକୁ ସରକାରଙ୍କ ନର୍ଦ୍ଦେଶନାମା ରହିଛି । ହେଲେ ଉକ୍ତ ପିଏସଙ୍କ ଯୋଗୁ ସେ ନର୍ଦ୍ଦେଶକଙ୍କୁ ଦେଖା କରି ପାରିନଥିଲେ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି ।

ଶ୍ରୀ ଦାସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜପକୁଦ ଡିଗ୍ରୀ ମହିଳା କଲେଜରେ ତାଙ୍କୁ ଉକ୍ତ କଲେଜର ସଭାପତି ଓ ତାଙ୍କ ଝିଅ ଅଧ୍ୟକ୍ଷା ଟଙ୍କା ନେଇ ନିଯୁକ୍ତି ଦେଇଥିଲେ । ହେଲେ ତାଙ୍କ ନାମ ଅନୁମୋଦନ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ନ ପଠାଇବାରୁ ସେ ବାରମ୍ବାର ଉଚ୍ଚ ଶିକ୍ଷା ସଚିବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଫୋରମରେ ଅଭିଯୋଗ କରିଥିଲେ । ହେଲେ ଏଯାଏ ତାଙ୍କୁ ନ୍ୟାୟ ମଳିନଥିବା ବେଳେ ଆଜି ଉକ୍ତ କଲେଜର ପୋଷ୍ଟ ଭେରିଫିକେସନ ହେଉଥିବା ନେଇ ସେ ଖବର ପାଇଥିଲେ । ତେଣୁ ତାଙ୍କର ଅଭିଯୋଗ ଜଣାଇବା ପାଇଁ ସେ ଆଜି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠକୁ ଯାଇଥିଲେ ବୋଲି ଶ୍ରୀ ଦାସ କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ ଉକ୍ତ ଡିଗ୍ରୀ କଲେଜରେ ତାଙ୍କୁ ନିଯୁକ୍ତି ଦେଇଥିବା ଅଧ୍ୟକ୍ଷାଙ୍କ ନାମରେ ବହୁ ଅଭଯୋଗ ରହିଛି । ଅଧ୍ୟକ୍ଷାଙ୍କର ଅଧ୍ୟାପକ ପଦ ପାଇଁ ଆବଶ୍ୟକୀୟ ମାର୍କ ନଥିବା ଓ ବଭିନ୍ନ ଅନିୟମିତତା ନେଇ ଜପକୁଦ ଗ୍ରାମବାସୀ ଓ କିଛି କର୍ମଚାରୀଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ସଚିବଙ୍କ ସମେତ ବଭିନ୍ନ ଫୋରମରେ ଅଭିଯୋଗ ହୋଇ ଆସୁଥିଲା । ଏହାର ତଦନ୍ତ ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ଅଡିଟ ଟିମ ପଠାଇଥିଲେ ମଧ୍ୟ ଅଧ୍ୟକ୍ଷା ଏଥିରେ ସହଯୋଗ କରି ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଫଳରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଉକ୍ତ ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇଥିଲେ ।

ଏଥି ସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏ +୩ ଭେରିଫିକେସନକୁ ବନ୍ଦ ରଖିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସରକାରଙ୍କୁ ଜଣାଇଥିଲେ । ହେଲେ ଆଜି ଯାଏ ଅଧ୍ୟକ୍ଷାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି ।

ସରକାରଙ୍କର କେହି ଉଚ୍ଚ ପଦସ୍ଥ ଅଧିକାରୀ ଅଧ୍ୟକ୍ଷାଙ୍କର ଏହି ସବୁ ବେନିୟମକୁ ସହାୟତା କରୁଥିବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ପ୍ରତିବାଦରେ ଆଗାମୀ ୨୯ ତାରିଖରେ ବିଧାନସଭା ଆଗରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି ।

Niharanjan

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

23 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

27 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

30 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

43 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

60 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago