ସ୍ପେଶାଲ

୩୧ ଜୁଲାଇରେ ସିଂହ ରାଶିରେ ପ୍ରବେଶ କରୁଛନ୍ତି ବୁଧ; ଏହି ରାଶିର ଲୋକଙ୍କ ଜୀବନରେ ହେବ ଖାସ୍‌ ପରିବର୍ତ୍ତନ

ଜୁଲାଇରେ ଗ୍ରହମାନଙ୍କ ରାଜକୁମାର ବୁଧଙ୍କ ସ୍ଥିତିରେ ୩ ଥର ପରିବର୍ତ୍ତନ ହେବ। ଏ ପର୍ଯ୍ୟନ୍ତ ୨ ଥର ରାଶି ପରିବର୍ତ୍ତନ ହୋଇ ସାରିଛି। ପୁଣି ୩୧ ଜୁଲାଇରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ ଗୋଚର କରିବେ। ବୁଧ ଗ୍ରହ ସିଂହ ରାଶିରେ ଯିବାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡ଼ିବ।

ବୁଧ ଗୋଚର ଅବଧିରେ କିଛି ରାଶିର ଲୋକଙ୍କୁ ଅପାର ସଫଳତା ମିଳି ପାରେ ଏବଂ ଆଉ କିଛି ରାଶିର ଲୋକଙ୍କୁ କଷ୍ଟର ସାମ୍ନା କରିବାକୁ ପଡ଼ି ପାରେ। ବୁଧ ରାଶି ପରିବର୍ତ୍ତନର ପ୍ରଭାବ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ, ସମସ୍ତ ରାଶି ଉପରେ ପଡ଼ିବ। ଆସନ୍ତୁ ଜାଣିବା, ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ କେଉଁ ରାଶିର ଲୋକଙ୍କୁ ଲାଭ ମିଳିବ। ବୁଧ ଦେବଙ୍କ କୃପାରୁ କେଉଁ କେଉଁ ରାଶି ଉନ୍ନତି କରିବେ।

କର୍କଟ: କର୍କଟ ରାଶିର ଲୋକଙ୍କୁ ବୁଧ ସିଂହ ରାଶିରେ ଗୋଚର କରିବାର ଲାଭ ମିଳିବ। ଏହି ସମୟରେ ବ୍ୟବସାୟରେ ଭଲ ଲାଭ ହୋଇ ପାରେ। କିନ୍ତୁ ଏହି ଅବଧିରେ କୌଣସି ବି ବଡ଼ ନିବେଶରୁ ଦୂରେଇ ରୁହନ୍ତୁ। ଚାକିରି କରୁଥିବା ଲୋକଙ୍କୁ ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି। ନିଜ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ନଚେତ୍‌ କାହା ସହିତ ବାଦ ବିବାଦ ସ୍ଥିତି ଉପୁଜି ପାରେ।

କନ୍ୟା: କନ୍ୟା ରାଶିର ଲୋକଙ୍କୁ ବୁଧ ସିଂହ ରାଶିରେ ପ୍ରବେଶ କରିବା ଦ୍ୱାରା କେବଳ ଲାଭ ହିଁ ଲାଭ ମିଳିବ। ଯଦିଓ ଏହି ସମୟରେ ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ କଣ୍ଟ୍ରୋଲ କରିବାର ଆବଶ୍ୟକ ରହିଛି। ନଚେତ୍‌ ଆର୍ଥିକ ସ୍ଥିତି ବିଗିଡ଼ି ଯାଇପାରେ। ଏହି ସମୟରେ ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ। ଯାତ୍ରା ଯୋଗ ସୃଷ୍ଟି ହେଉଛି।

ବିଛା: ବିଛା ରାଶିର ଲୋକଙ୍କୁ ବୁଧ ଗୋଚର କାଳରେ ପୈତୃକ ସମ୍ପତ୍ତିର ଲାଭ ମିଳି ପାରେ। ଏହି ସମୟରେ ଆପଣଙ୍କୁ କ୍ୟାରିୟରରେ ସିଡି ଚଢ଼ିବାର ମଉକା ମିଳିବ। ଯଦିଓ ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ଆସି ପାରେ। ପାରିବାରିକ ଜୀବନ ଭଲ ରହିବ।

ମକର: ମକର ରାଶିର ଲୋକଙ୍କୁ ବୁଧ ଗୋଚର କାଳରେ କିଛି ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଯଦିଓ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀଙ୍କ ଭାବନାକୁ ଅଣଦେଖା କରନ୍ତୁ ନାହିଁ, ଅନ୍ୟଥା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସବୁଆଡ଼ୁ ନଜର ରଖି ବାଟ ଚାଲନ୍ତୁ।

Roshni

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

17 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

20 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

24 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

37 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

53 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago