ଲାଇଫ୍ ଷ୍ଟାଇଲ୍

ଜାଣନ୍ତୁ ଡାଇରିଆ ହେବାର ମୁଖ୍ୟ କାରଣ: ଏହା ହେବା ପରେ କ’ଣ ଖାଇବେ ଓ ନଖାଇବେ

ବର୍ଷାଦିନ ଆରମ୍ଭ ହୋଇସାରିଛି। ପୁଣି ଅନେକ ସ୍ଥାନରେ ପାଣି ଜମିବା ସହିତ ଏହା ଅନେକ ରୋଗର କାରଣ ପାଲଟି ଥାଏ। ଏମିତିକି ଋତୁ ବଦଳିବା ସହିତ ଏହା ଡାଇରିଆ, ହଇଜା ବାନ୍ତି ପରି ଅନେକ ସମସ୍ୟା କରାଇଥାଏ। ପୁଣି ବର୍ଷା ଦିନରେ ଡାଇରିଆ ହେବା ସ୍ବାଭାବିକ କଥା। କିନ୍ତୁ ଏହା ଶରୀରରେ ଅତ୍ୟଧିକ ଦୁର୍ବଳତା ସୃଷ୍ଟି କରିଥାଏ।

ଯାହାପାଇଁ ଆପଣଙ୍କୁ ନିଜର ଖାଦ୍ୟ ପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।କାରଣ ଏହି ଡାଇରିଆ ହଜମ ପ୍ରକ୍ରିୟା ସହିତ ଜଡିତ ଏକ ବ୍ୟାଧି ଅଟେ।
ଏହି ରୋଗ ରୋଟାଭାଇରସ୍ ଦ୍ଵାରା ହୋଇଥାଏ। ତେବେ ପ୍ରଥମେ ଆପଣଙ୍କୁ ଡାଇରିଆର କାରଣ, ଲକ୍ଷଣ ଏବଂ ପ୍ରତିରୋଧ ବିଷୟରେ ଜାଣିବାକୁ ପଡିବ। ଡାଇରିଆ ହେବାର ମୁଖ୍ୟ କାରଣ ହେଉଛି ଭାଇରାଲ୍ ବା ଜୀବାଣୁ ସଂକ୍ରମଣ। ତଥାପି, ଡାଇରିଆର ଅନ୍ୟାନ୍ୟ ଅନେକ କାରଣ ଥାଇପାରେ। ଯେପରିକି, ପ୍ରଦାହଜନକ ଅନ୍ତନଳୀ ରୋଗ ବା ଆଇବିଡି। ପ୍ରଦାହଜନକ ଅନ୍ତନଳୀ ରୋଗ ଆପଣଙ୍କ ବୃହତ୍ ଅନ୍ତନଳୀ ଏବଂ ରକ୍ଟମ୍ ର ଭିତରର ଲାଇନ୍ରେ ଅଲସର ସୃଷ୍ଟି କରେ।

Picture credit – Everyday health

ଯେତେବେଳେ ଆପଣଙ୍କର ହଜମ ପ୍ରକ୍ରିୟା ଖାଦ୍ୟରୁ ପୋଷକ ତତ୍ତ୍ୱ ଗ୍ରହଣ କରିବାରେ ବିଫଳ ହୁଏ, ସେତେବେଳେ ଆପଣ ଡାଇରିଆର ଲକ୍ଷଣ ଅନୁଭବ କରିପାରନ୍ତି। ଯାହାକୁ ମାଲାବସର୍ପସନ୍ କୁହାଯାଏ। ଏହା ସହିତ ହର୍ମୋନ୍ ଠିକ୍ ନରହିଲେ ଡାଇରିଆ ପରି ରୋଗ ହୋଇପାରେ। ପୁଣି ଖାଦ୍ୟ ପେୟରେ ଅସୁବିଧା ହେବା ଦ୍ଵାରା ଝାଡା ବାନ୍ତି ହୋଇଥାଏ।

ଉଦାହରଣ ସ୍ୱରୂପ, ଯେଉଁମାନଙ୍କର ଆଡିସନ୍ ରୋଗ ଅଛି, ସେମାନଙ୍କ ପାଖରେ ହରମୋନ୍ ଷ୍ଟେରଏଡ୍ର ପର୍ଯ୍ୟାପ୍ତ ପରିମାଣ ନାହିଁ। ଏଭଳି ପରିସ୍ଥିତିରେ ସେମାନଙ୍କୁ ଡାଇରିଆ ହେବାର ସମ୍ଭାବନା ଅଧିକ।

ଡାଇରିଆର ଲକ୍ଷଣ:

ବାନ୍ତି, ପେଟ ଯନ୍ତ୍ରଣା, ଲୁଜ୍ ମୋସନ, ଡିହାଇଡ୍ରେସନ୍, ଜ୍ୱର, ମାଳରେ ରକ୍ତ ପଡିବା। ଏପରି ସମୟରେ ଶରୀରରେ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଥି ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଏବଂ ଜୁସ୍ ପିଇବା ଦରକାର। ଏହା ବ୍ୟତୀତ ସୁପ୍, କଦଳୀ, ସାଲାଡ଼,ଚୋପା ଥିବା ଆଳୁ, ଭାତ, ପନିପରିବା, ଚୁଡ଼ା ଆଦି ଖାଦ୍ୟ ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି ପାଇବାରେ ସହାୟକ ହୋଇପାରେ।

ତେଣୁ ଡାଇରିଆରେ କ’ଣ ଖାଇବା ଉଚିତ୍ ନୁହେଁ ତାହା ମଧ୍ୟ ଆପଣ ଜାଣିବା ଦରକାର। ଯେତେବେଳେ ଏହି ସମସ୍ୟା ଘଟେ ଶରୀରରେ ଜଳର ଅଭାବ ଥାଏ, ତେଣୁ ନିଜକୁ ଯଥାସମ୍ଭବ ହାଇଡ୍ରେଟ୍ ରଖନ୍ତୁ। ଆହୁରି ମଧ୍ୟ, ଯେତେବେଳେ ଆପଣ ଡାଇରିଆ ଦେଇ ଗତି କରୁଛନ୍ତି ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ହଜମ କରିବାରେ ଅସୁବିଧା କରିବ।

କୋବି ଏବଂ ବିନ୍ସ ଭଳି ଫାଇବର ଯୁକ୍ତ ପନିପରିବା ଠାରୁ ଦୂରେଇ ରୁହନ୍ତୁ। ଯଦି ଡାଇରିଆର ଲକ୍ଷଣ ଦେଖାଯାଏ, ତେବେ ସୋଡା, ଚା ଏବଂ କଫି ଭଳି ପାନୀୟ ପିଇବା ଠାରୁ ଦୂରେଇ ରୁହନ୍ତୁ। ନିଜକୁ ସଫା ରଖନ୍ତୁ ଓ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ। ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଖାଇବା ପୂର୍ବରୁ ଏବଂ ପରେ ହାତ ସଫା କରିବାକୁ ଭୁଲନ୍ତୁ ନାହିଁ ଓ ଟୀକାକରଣ କରନ୍ତୁ।

ରୋଟାଭାଇରସ୍ ହେବାର ମୁଖ୍ୟ କାରଣ:

ଏହି ଡାଇରିଆର ମୁଖ୍ୟ କାରଣ ହେଉଛି ରୋଟାଭାଇରସ୍। ତେବେ ଏହା ଟିକା ମାଧ୍ୟମରେ ଡାଇରିଆକୁ ରୋକାଯାଇପାରିବ। ଏହି ଟିକା ଏକ ବର୍ଷର ପିଲାମାନଙ୍କୁ ଭିନ୍ନ ମାତ୍ରା ଭାବରେ ଦିଆଯାଏ। କଞ୍ଚା ଫଳ ଏବଂ ପନିପରିବା ଖାଇବା ଏବଂ ରାନ୍ଧିବା ପୂର୍ବରୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଖରାପ ହୋଇଯାଇଥିବା ଖାଦ୍ୟ କିଛି ଖାଆନ୍ତୁ ନାହିଁ। ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଯଦି ଆପଣ ଖାଇବାକୁ ବାହାରକୁ ଯାଉଛନ୍ତି। ତେବେ ଏକ ସ୍ୱଚ୍ଛ ସ୍ଥାନକୁ ଯାଆନ୍ତୁ। ନିଜ ସହିତ ପାଣି ନେବାକୁ ଭୂଳନ୍ତୁ ନାହିଁ। ଏହା ବ୍ୟତୀତ, ଅପରିଷ୍କାର ଜଳର ସମସ୍ୟାକୁ ଏଡାଇବା ପାଇଁ ଘରେ ୱାଟର ପ୍ୟୁରିଫାୟର୍ ବ୍ୟବହାର କରନ୍ତୁ। ସବୁଠୁ ବଡ଼ କଥା ପାଣି ଫୁଟାଇ ପିଅନ୍ତୁ ଓ ଏହା ସହ ସୁସ୍ଥ ଖାଦ୍ୟ ଖାଆନ୍ତୁ।

KNews Bureau

Recent Posts

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫି ଗାର୍ଡ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

1 min ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

14 mins ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

17 mins ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

21 mins ago

ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଚାଳଛପର ଘର

ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର…

39 mins ago

ରେଡ୍‌ ଲାଇଟ୍‌ ଦେଖି ନାଳରେ ପଡ଼ିଲେ ଯୁବତୀ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ । ସେଠାରେ ଅନେକ ଭିଡିଓ ଅଛି, ଯାହାକୁ ଆପଣ ଯେତେଥର…

42 mins ago