ରାଜ୍ୟ

ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମାଡ ମରା ଘଟଣା,ନିଲମ୍ବିତ ହେଲେ ଦୁଇ ବନକର୍ମଚାରୀ

କେନ୍ୟୁଜ(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମାଡ ମରା ଘଟଣା। ବନବିଭାଗ ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ଆକ୍ରମଣ କରିଥିବା ଦୁଇ ବନକର୍ମଚାରୀ ନିଲମ୍ବିତ। ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟ ଗାର୍ଡ ବିରଜା ମହାପାତ୍ର ନିଲମ୍ବିତ। ନିଲମ୍ବିତ କଲେ ପୁରୀ ଡିଏଫଓ ସୁଶାନ୍ତ କୁମାର। କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମାଡା ମାରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁରୀ ଡିଏଫଓ।

ବାତ୍ୟା ଫନିର ବର୍ଷେ ପରେ ବାଲୁଖଣ୍ଡ ଅଭୟାରଣ୍ୟର ସ୍ଥିତି ପରଖିବାକୁ ଆଜି ସକାଳୁ କିଛି ଗଣମାଧ୍ୟମର ପ୍ରତିନିଧି ସେଠାକୁ ଯାଇଥିଲେ । ଭିଡ଼ିଓ କରୁଥିବା ବେଳେ ଭିଡିଓ ସୁଟିଂ ପାଇଁ ବାରଣ କରିଥିଲେ ଓ ପରେ ଆକ୍ରମଣ କରିଥିଲେ ବାଲୁଖଣ୍ଡ ଅଭୟାରଣ୍ୟର ଦୁଇ ଫରେଷ୍ଟଗାର୍ଡ ।ଏହାକୁ ନେଇ ଯୁକ୍ତିତର୍କ ହେବା ପରେ ଫରେଷ୍ଟଗାର୍ଡମାନେ ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କ ଉପରେ ଆକ୍ରମଣ କରିଥିଲେ। ଏନେଇ ଦୁଇ ଫରେଷ୍ଟଗାର୍ଡ ବିରଜା ମହାପାତ୍ର ଓ ତପନ ନାୟକଙ୍କ ବିରୋଧରେ ପୁରୀ ମେରାଇନ ଥାନାରେ ମାମଲା ରୁଜୁ କରାଯାଇଥିଲା । ଆଉ ଏହାର କିଛି ଘଣ୍ଟା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବନ ବିଭଗ ଅଧିକାରୀ ।

 

Sasmita

Recent Posts

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

11 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

41 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

42 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

1 hour ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

1 hour ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

2 hours ago