Below header

ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମାଡ ମରା ଘଟଣା,ନିଲମ୍ବିତ ହେଲେ ଦୁଇ ବନକର୍ମଚାରୀ

କେନ୍ୟୁଜ(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମାଡ ମରା ଘଟଣା। ବନବିଭାଗ ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ଆକ୍ରମଣ କରିଥିବା ଦୁଇ ବନକର୍ମଚାରୀ ନିଲମ୍ବିତ। ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟ ଗାର୍ଡ ବିରଜା ମହାପାତ୍ର ନିଲମ୍ବିତ। ନିଲମ୍ବିତ କଲେ ପୁରୀ ଡିଏଫଓ ସୁଶାନ୍ତ କୁମାର। କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମାଡା ମାରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁରୀ ଡିଏଫଓ।JOURNALIST ATTACK

ବାତ୍ୟା ଫନିର ବର୍ଷେ ପରେ ବାଲୁଖଣ୍ଡ ଅଭୟାରଣ୍ୟର ସ୍ଥିତି ପରଖିବାକୁ ଆଜି ସକାଳୁ କିଛି ଗଣମାଧ୍ୟମର ପ୍ରତିନିଧି ସେଠାକୁ ଯାଇଥିଲେ । ଭିଡ଼ିଓ କରୁଥିବା ବେଳେ ଭିଡିଓ ସୁଟିଂ ପାଇଁ ବାରଣ କରିଥିଲେ ଓ ପରେ ଆକ୍ରମଣ କରିଥିଲେ ବାଲୁଖଣ୍ଡ ଅଭୟାରଣ୍ୟର ଦୁଇ ଫରେଷ୍ଟଗାର୍ଡ ।ଏହାକୁ ନେଇ ଯୁକ୍ତିତର୍କ ହେବା ପରେ ଫରେଷ୍ଟଗାର୍ଡମାନେ ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କ ଉପରେ ଆକ୍ରମଣ କରିଥିଲେ। ଏନେଇ ଦୁଇ ଫରେଷ୍ଟଗାର୍ଡ ବିରଜା ମହାପାତ୍ର ଓ ତପନ ନାୟକଙ୍କ ବିରୋଧରେ ପୁରୀ ମେରାଇନ ଥାନାରେ ମାମଲା ରୁଜୁ କରାଯାଇଥିଲା । ଆଉ ଏହାର କିଛି ଘଣ୍ଟା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବନ ବିଭଗ ଅଧିକାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.