ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ୪୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୧୩୦୦ ଉପରେ

ନୂଆଦିଲ୍ଲୀ : ଭାରତରେ କରୋନା ସଂକମଣ ସଂଖ୍ୟା ବୃଦ୍ଧି ପାଇ ୪୦,୨୬୩ରେ ପହଞ୍ଚିଛି । ମୋଟ କରୋନା ମୃତ୍ୟୁ ୧୩୦୭ରେ ପହଞ୍ଚିଥିବା ବେଳେ ୧୦,୮୮୭ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ମଇ ୩ ତାରିଖ ରବିବାର ସୁଦ୍ଧା ୨୪୮୭ ନୂଆ ମାମଲା ଆସିଥିବା ବେଳେ କରୋନାରେ ୮୭ ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି । ଭାରତରେ ମୃତ୍ୟୁ ହାର ବିଶ୍ୱର ସବୁଠୁ କମ୍‌ ୩.୨ ପ୍ରତିଶତରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୨୯୬ ଓ ମୃତ୍ୟୁ ସଂଖ୍ୟା ୫୨୧ ରେ ପହଞ୍ଚିଥିବା ଜଣାଯାଇଛି । ସେହିପରି ବିଶ୍ୱରେ ମୋଟ ୩୫ ଲକ୍ଷ ୩୩ ହଜାର ୯୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ବିଶ୍ୱରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୬ ହଜାର ୯୪୩ ହୋଇଥିବା ବେଳେ ୧୧ ଲକ୍ଷ ୪୪ ହଜାର ୦୨୦ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଆମେରିକାରେ ସର୍ବାଧିକ କରୋନା ମାମଲା ୧୧ ଲକ୍ଷ ୭୧ ହଜାର ୩୫୦ ହୋଇଥିବା ବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା ୬୮ ହଜାର ୦୮୮ ଥିବା ଜଣାଯାଇଛି ।

ସେହିପରି ସ୍ପେନ୍‌ରେ ମୋଟ୍‌ ମାମଲା ୨ଲକ୍ଷ ୪୭ହଜାର୧୨୨, ଇଟାଲି ୨ ଲକ୍ଷ ୧୦ ହଜାର ୭୧୭ ଓ ୟୁକେରେ ୧ ଲକ୍ଷ ୮୬ ହଜାର ୫୯୯ ରହିଛି । ସ୍ୱେନ୍‌ରେ ମୋଟ୍‌ ମୃତ୍ୟୁ ୨୫ ହଜାର ୨୬୪, ଇଟାଲିରେ ୨୮ ହଜାର ୮୮୪ ଓ ୟୁକେରେ ମୋଟ୍‌ ମୃତ୍ୟୁ ୨୮ ହଜାର ୪୪୬ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.