ହଲିଉଡ୍‌ ଷ୍ଟାର୍‌ ଜନ୍‌ ସିନା ସୋସିଆଲ୍‌ ମିଡିଆରେ ସେୟାର କଲେ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ଫଟୋ

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ପରେ ଡବ୍ଲ୍ୟୁଡବ୍ଲ୍ୟୁଇ ଚମ୍ପିଆନ୍‌ ତଥା ହଲିଉଡ୍‌ ଅଭିନେତା ଜନ୍‌ ସିନା ଦିବଙ୍ଗତ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏଥିପାଇଁ ଜନ୍‌ ସୋସିଆଲ୍‌ ମିଡିଆର ସହାୟତା ନେଇଛନ୍ତି । ସେ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଇର୍‌ଫାନ୍‌ ଖାନ୍‌ଙ୍କ୍‌ ଫଟୋ ସହ ତାଙ୍କ ପ୍ରସିଦ୍ଧ ଫିଲ୍ମ ‘ଲାଇଫ୍‌ ଅଫ୍‌ ପାଏ’ର ଏକ ଫଟୋ ସେୟାର କରିଛନ୍ତି । ଇର୍‌ଫାନ୍‌ଙ୍କ ପ୍ରତି ତାଙ୍କର ଏହି ଶ୍ରଦ୍ଧାଞ୍ଜଳି ପାଇଁ ଅନେକ ଜନ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି ।

hollywood star

ସୋସିଆଲ ମିଡିଆର ଜଣେ ଫଲୋର ଟିପ୍ପଣୀ କରିଛନ୍ତି,‘ ଆପଣ ଭାରତୀୟ ଲୋକଙ୍କ ଚିନ୍ତା କରନ୍ତି,ଲଭ୍‌ ୟୁ ସିନା’ । ତେବେ ଏହା ପ୍ରଥମ ଥର ନୁହେଁ ଯେ ଜନ୍‌ ପ୍ରଥମ ଥର ପାଇଁ ଏପରି ଭାରତୀୟ ସେଲିବ୍ରେଟିଙ୍କ ଫଟୋ ସେୟାର କରି ନାହାଁନ୍ତି ।

irfan khan

ପୂର୍ବରୁ ମଧ୍ୟ ସେ ସଚ୍ଚିନ ତେନ୍ଦୁଲକର୍‌, ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ‘ବିଗ୍‌ ବସ୍‌ ୧୩’ ର ପ୍ରତିଯୋଗୀ ଅସୀମ ରିୟାଜ୍‌ଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।

Leave A Reply

Your email address will not be published.