କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ଵ ସ୍ତରୀୟ ଷ୍ଟେସନ କରିବା ପାଇଁ ପ୍ରକ୍ରିୟାକୁ ଜୋରଦାର କରାଯିବ। ପିପିପି ମୋଡ୍ରେ ହେବ ଷ୍ଟେସନର ବିକାଶ। ଏଥିଲାଗି କେତେ ଖର୍ଚ୍ଚ କରାଯିବ ତାର ବ୍ୟୟ ଅଟକଳ ଖୁବ୍ ଶୀଘ୍ର କରାଯିବ ବୋଲି ସୂଚନା ଦେଇଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା। ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ ଟି ରେଳ ଟ୍ରାକ୍ ବଢିବ। ରେଳବାଇ ଜମିରେ ରେଳ ମନ୍ତ୍ରଣାଳୟ ବିକାଶ କାମ କରିବାକୁ ଥିବା ବେଳେ ତା ପାଖ ଜମିର ବିକାଶର କାମ କରିବ ବିଡିଏ। ଆଜି ଭୁବନେଶ୍ୱର ଷ୍ଟେସନ ବୁଲି ଦେଖିବା ସହ ଯାତ୍ରୀଙ୍କ ସହ କଥା ହୋଇ ସୁବିଧା-ଅସୁବିଧା ବୁଝିଥିଲେ ସୁନୀତ ଶର୍ମା।
ସେ କହିଛନ୍ତି ଓଡ଼ିଶାରେ ଚାଲୁଥିବା ବିଭିନ୍ନ ରେଳ ପ୍ରକଳ୍ପ କାମ ତ୍ୱରାନ୍ଵିତ କରିବା ପାଇଁ ଅର୍ଥର ଅଭାବ ରହିବ ନାହିଁ। ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଖୁବ୍ ଶୀଘ୍ର ପାରାଦୀପ- ହରିଦାସପୁର ରେଳଲାଇନ୍ରେ ଯାତ୍ରୀ ବାହୀ ଟ୍ରେନ ଚଳାଚଳ କରିବ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…