ପିପିପି ମୋଡ୍‌ରେ ହେବ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ: ରେଳବାଇ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ଵ ସ୍ତରୀୟ ଷ୍ଟେସନ କରିବା ପାଇଁ ପ୍ରକ୍ରିୟାକୁ ଜୋରଦାର କରାଯିବ। ପିପିପି ମୋଡ୍‌ରେ ହେବ ଷ୍ଟେସନର ବିକାଶ। ଏଥିଲାଗି କେତେ ଖର୍ଚ୍ଚ କରାଯିବ ତାର ବ୍ୟୟ ଅଟକଳ ଖୁବ୍‌ ଶୀଘ୍ର କରାଯିବ ବୋଲି ସୂଚନା ଦେଇଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା। ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ ଟି ରେଳ ଟ୍ରାକ୍‌ ବଢିବ। ରେଳବାଇ ଜମିରେ ରେଳ ମନ୍ତ୍ରଣାଳୟ ବିକାଶ କାମ କରିବାକୁ ଥିବା ବେଳେ ତା ପାଖ ଜମିର ବିକାଶର କାମ କରିବ ବିଡିଏ। ଆଜି ଭୁବନେଶ୍ୱର ଷ୍ଟେସନ ବୁଲି ଦେଖିବା ସହ ଯାତ୍ରୀଙ୍କ ସହ କଥା ହୋଇ ସୁବିଧା-ଅସୁବିଧା ବୁଝିଥିଲେ ସୁନୀତ ଶର୍ମା।

ସେ କହିଛନ୍ତି ଓଡ଼ିଶାରେ ଚାଲୁଥିବା ବିଭିନ୍ନ ରେଳ ପ୍ରକଳ୍ପ କାମ ତ୍ୱରାନ୍ଵିତ କରିବା ପାଇଁ ଅର୍ଥର ଅଭାବ ରହିବ ନାହିଁ। ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଖୁବ୍‌ ଶୀଘ୍ର ପାରାଦୀପ- ହରିଦାସପୁର ରେଳଲାଇନ୍‌ରେ ଯାତ୍ରୀ ବାହୀ ଟ୍ରେନ ଚଳାଚଳ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.