Below header

ଚାରି ବର୍ଷ ପୂର୍ବେ ପଡିଥିଲା ହାତଗଣ୍ଠି ତିଷ୍ଠିଲାନି ରାଜକୀୟ ବାହାଘର, ଶେଷରେ ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ

ବିଚ୍ଛେଦ ହେଲେ ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ରୁଥ ପ୍ରଭୁ। ଦୀର୍ଘ ଦିନର ସମ୍ପର୍କରେ ସୃଷ୍ଟି ହେଲା ଫାଟ। ଭାଙ୍ଗିଲା ୪ ବର୍ଷର ବିବାହ ସମ୍ପର୍କ। ସାମନ୍ଥା ଓ ନାଗା ଚୈତନଙ୍କ ବିବାହ ବିଚ୍ଛେଦ ହେବ ବୋଲି ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା। ସମସ୍ତ ପ୍ରକାରର କଳ୍ପନା ଜଳ୍ପନା ପରେ ଏବେ ଦୁଇ କଳାକାର ଅଲଗା ହେବାକୁ ଯାଉଛନ୍ତି । ଏନେଇ ଉଭୟ ସୋସିଆଲ୍‌ ମିଡିଆରେ ସେମାନଙ୍କ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଶନିବାର ସାମନ୍ଥା ତାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସାମନ୍ଥାରୁଥପ୍ରଭୁରେ ଏନେଇ ସ୍ପଷ୍ଟ କରିଥିବା ବେଳେ ଏବଂ ନାଗା ଚୈତନ୍ୟ ମଧ୍ୟ ତାଙ୍କ ଆକାଉଣ୍ଟ ଚୈତନ୍ୟ ଆକିନେନିରେ ସମାନ ପୋଷ୍ଟ କରିଛନ୍ତି । କିଛିଦିନ ତଳେ ଉଭୟ ତାରକାଙ୍କ ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିଲା ।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ଥା ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଢଙ୍ଗରେ ଅତି ନିରାଡମ୍ବର ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସାମନ୍ଥା ଓ ନାଗା ଚୈତନ୍ୟ। ହେଲେ ଉଭୟଙ୍କ ସମ୍ପର୍କକୁ ବୋଧହୁଏ କାହାର ନଜର ଲାଗିଗଲା। ଉଭୟ ପକ୍ଷରୁ ଏନେଇ ପୂର୍ବରୁ କିଛି ସୂଚନା ଦିଆଯାଇ ନଥିଲେ ମଧ୍ୟ ସବୁ ଆଡେ ଏନେଇ ଚହଳ ପଡିଥିଲା । ଏପରିକି ଏହି କପଲ ଏବେ ଅଲଗା ରହୁଥିବା ବେଳେ ଛାଡପତ୍ର ନେବାକୁ ପ୍ଲାନିଂ କରୁଥିବାର ଶୁଣିବାକୁ ମଧ୍ୟ ମିଳୁଥିଲା।

chaitanyaତେବେ ସୂଚନା ଅନୁଯାୟୀ, ଉଭୟଙ୍କ ସମ୍ପର୍କରେ ଫାଟର କାରଣ ସାମନ୍ଥାଙ୍କର ଫିଲ୍ମ ଓ ନିଜ କ୍ୟାରିଅର ପ୍ରତି ଅହେତୁକ ଦୁର୍ବଳତାକୁ ଧରାଯାଉଛି । ବିବାହ ପରେ ବି ସାମନ୍ଥା ଅଭିନୟରେ ପୁରାପୁରୀ ବ୍ୟସ୍ତ ରହୁଛନ୍ତି । ଏପରିକି ଗ୍ଲାମରସ୍‌ ଭାବେ ହଟ ଫଟୋଶୁଟ ବି କରାଉଛନ୍ତି। ଯାହାକି ତାଙ୍କ ସ୍ୱାମୀ ନାଗା ଚୈତନ୍ୟ ଓ ଶ୍ୱଶୁର ନାଗାର୍ଜୁନଙ୍କୁ ପସନ୍ଦ ଆସୁ ନାହିଁ। ସାମନ୍ଥା ଶେଷ ଥର ଫ୍ୟାମିଲି ମ୍ୟାନ୍‌-୨ରେ ଖୁବ୍‌ ବୋଲ୍ଡ ରୋଲ ପ୍ଲେ କରିଥିବାର ନଜର ଆସିଥିଲେ। ଏହାର ପ୍ରଭାବ ମଧ୍ୟ ସେମାନଙ୍କ ବୈବାହିକ ଜୀବନରେ ପଡ଼ିଥିବା ଶୁଣିବାକୁ ମିଳିଛି। ହୁଏତ ଏହି କାରଣ ପାଇଁ ସେଲିବ୍ରେଟି କପଲ ଏବେ ଅଲଗା ଅଲଗା ରାସ୍ତା ବାଛି ନେଇଥିବା କୁହାଯାଉଛି ।

ବିଚ୍ଛେଦକୁ ନେଇ ଉଭୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଉଭୟ ଏଥିରେ ଲେଖିଛନ୍ତି ଯେ, ବହୁତ ବିଚାର କରିବା ପରେ ଆମେ ଦୁହେଁ ପତି-ପତ୍ନୀ ଆମ ରାସ୍ତା ଅଲଗା ଅଲଗା କରିବାକୁ ନିଷ୍ପତ୍ତି ନେଲୁ । ଆମର ସୌଭାଗ୍ୟ ଯେ, ଆମେ ଦଶନ୍ଧି ଧରି ଭଲ ସାଙ୍ଗ ଥିଲୁ । ଆମେ ସର୍ବଦା ଏହି ସଂପର୍କକୁ ଯୋଡ଼ି ରଖିବୁ । ଆମେ ଆମର ଶୁଭ ଚିନ୍ତକ, ଫ୍ୟାନ୍ସ ଏବଂ ମିଡିଆ ଭାଇଙ୍କୁ ଅନୁରୋଧ କରୁଛୁ ଏହି ଜଟିଳ ପରିସ୍ଥିତିରେ ଆମକୁ ସେମାନେ ସପୋର୍ଟ କରନ୍ତୁ । ଆପଣ ସମସ୍ତଙ୍କୁ ଧନ୍ୟବାଦ ।

 

View this post on Instagram

 

A post shared by Samantha (@samantharuthprabhuoffl)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.