Categories: ରାଜ୍ୟ

ପୁଣି ଆସୁଛି ବର୍ଷା, ୧୨ଟି ଜିଲ୍ଲାରେ ବର୍ଷି ପାରେ

ଭୁବନେଶ୍ୱର (କେ ନ୍ୟୁଜ) : ପୁଣି ଫେରୁଛି ବର୍ଷା । ଇତିମଧ୍ୟରେ ଶୀତ କମି ଗରମ ଆରମ୍ଭ ହୋଇଗଲାଣି । ଦିନରେ ତାପାମାତ୍ରା ହାରାହାରି ସର୍ବନିମ୍ନ ୧୪ ଓ ସର୍ବାଧିକ ୩୩ ଡିଗ୍ରୀ ରହୁଛି । ଆସନ୍ତାକାଲି ୧୬ରୁ ୩୪ ଡିଗ୍ରୀ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି । ତା ସହିତ ବୁଧବାର ଠାରୁ ଆକାଶ ମେଘୁଆ ରହିବ । ୮ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି । ଗରୁବାରରୁ ରବିବାର ଯାଏ ମେଘୁଆପାଗ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି ।

ଫେବ୍ରୁଆରୀ ୮ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜରେ ବିକ୍ଷିପ୍ତ ଭାବେ ବର୍ଷା ହୋଇପାରେ । ତେବେ ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ଓ ଖରା ବଢ଼ିବ ବୋଲି ସୂଚନା ଦିଆଯାଇଛି । ପୁଣି ୧୭ ତାରିଖ ବେଳକୁ ପାଗ ମେଘୁଆ ରହି ପାରେ । ବର୍ଷା ପୂର୍ବରୁ ସକାଳ ବେଳା ପାଗ କୁହୁଡ଼ିଆ ରହିବ ।
ଆଜି ଭୁବନେଶ୍ୱର, ତାଳଚେର, ମାଲକାନଗିରିରେ ସର୍ବାଧିକ ତାପମାତ୍ର ୩୩ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ସେପଟେ ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ବର୍ଷା ଓ ତୁଷାରପାତ ଜାରି ରହିଛି । ଯାହା ଆଗାମୀ ତିନି ଚାରି ଦିନ ଯାଏ ଚାଲିବା

ହିମାଚଳରେ ଭୂକମ୍ପ

ଆଜି ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ଥିଲା ୩.୨ । ଅପରାହ୍ନ ୩ଟା ୫୧ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

 

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

31 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

50 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

58 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago