Categories: ରାଜ୍ୟ

ରକ୍ଷା ବନ୍ଧନ: ଏଥର ‘ରାଖି’ରେ ଭଉଣୀକୁ ଏହି ଖାସ୍ ଉପହାର ଦେଇ କରନ୍ତୁ ସରପ୍ରାଇଜ୍

ରକ୍ଷା ବନ୍ଧନ ବା ରାଖି ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କର ଏକ ଖାସ୍ ପର୍ବ, ଯାହାର ଅପେକ୍ଷା ପୂରା ବର୍ଷ ରହିଥାଏ। ଗିଫ୍ଟ ଦୋକାନଠାରୁ ଆରମ୍ଭ କରି ଚକୋଲେଟ, କେକ୍, କୁକିଜ୍ ଓ ମିଠା ଦୋକାନ ପର୍ଯ୍ୟନ୍ତ, ସବୁଠି ଲାଗେ ଗହଳି ଚହଳି। ରାଖି ପୂର୍ଣ୍ଣିମା ଭଳି ଦିନରେ ଭଉଣୀକୁ ସବୁବେଳେ ଭାଇଠାରୁ କିଛି ନା କିଛି ଉପହାର ଆଶା ରହିଥାଏ। ଯଦି ଆପଣ ବି ନିଜ ଭଉଣୀକୁ ରାଖିରେ ଉପହାର ଦେବାକୁ ନେଇ ଦ୍ବନ୍ଦ୍ବରେ ରହୁଥାଆନ୍ତି, ତା’ହେଲେ ଆମେ ଆପଣଙ୍କୁ କହିବାକୁ ଯାଉଛି କି ରାଖିରେ ଆପଣ କେଉଁ ପ୍ରକାର ଉପହାର ଦେବେ।

ଉପହାର ଦେବା ସମୟରେ ପ୍ରଥମେ ଏହି କଥା ଉପରେ ଧ୍ୟାନ ରଖନ୍ତୁ ଯେ ଭଉଣୀ କି ଭାଇଙ୍କୁ କେଉଁ ପ୍ରକାର ଜିନିଷ ପସନ୍ଦ। କାହିଁକି ନା ଉପହାର ଏମିତି ହେବା ଦରକାର, ଯାହାକୁ ପାଇ ସେମାନେ ଖୁସି ହୋଇଯିବେ। ନଚେତ୍ ଯଦି ଆପଣ କିଛି ଅଲଗା ଗିଫ୍ଟ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସେପରି ଖାସ୍ ପ୍ରସ୍ତୁତି କରିବାକୁ ପଡ଼ିବ।

ଗେଜେଟ୍ କିମ୍ବା ଲାପଟପ୍
ଏଥର ଯଦି ଆପଣ ରାଖିରେ ଭଉଣୀ କି ଭାଇଙ୍କୁ ଗିଫ୍ଟ ଦେବା ପାଇଁ ଅଧିକ ପଇସା ଖର୍ଚ୍ଚ କରିବାକୁ ଚାହାଁନ୍ତି, ତା’ହେଲେ କୌଣସି ନୂଆ ଗେଜେଟ୍ କିମ୍ବା ଲାପଟପ୍ ଉପହାର ଦେଇପାରିବେ। ଆପଣ ଏହି ସବୁ ଜିନିଷକୁ ଇଏମଆଇରେ ସହଜରେ ନେଇପାରିବେ। ସେହିପରି ଭାଇକୁ ହାତଘଣ୍ଟା ମଧ୍ୟ ଏକ ସୁନ୍ଦର ଉପହାର ରୂପରେ ଦେଇପାରିବେ। କାହିଁକି ନା ପୁଅଙ୍କ ପାଇଁ ହାତଘଣ୍ଟାକୁ ‘ଆସେସୋରିଜ୍ କିଙ୍ଗ୍’ ବୋଲି କୁହାଯାଏ। ଯଦି ଆପଣଙ୍କ ଭାଇ ଫ୍ୟାଶନେବୁଲ୍, ତେବେ ଆପଣ କ୍ଲାସି ଘଣ୍ଟା ଗିଫ୍ଟ କରିପାରିବେ। ଏହାଛଡ଼ା ପରଫ୍ୟୁମ୍ ମଧ୍ୟ ଉପହାର ଦେଇପାରିବେ। ଏହା ଭାଇ ପାଇଁ ଏକ ଟ୍ରେଣ୍ଡି ଗିଫ୍ଟ ହୋଇପାରିବ।

ସନଗ୍ଲାସ୍
ଏମିତି କେହି ପୁଅ କି ଝିଅ ନ ଥିବେ, ଯିଏ ସନଗ୍ଲାସ୍ ପିନ୍ଧୁ ନ ଥିବେ। ସବୁ ପୁଅ, ଝିଅଙ୍କୁ କୁଲ୍ ସନଗ୍ଲାସ୍ ପସନ୍ଦ ଆସିଥାଏ। ଏହା ଏକ ଷ୍ଟାଇଲିଶ୍ ଲୁକ୍ ଦେବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଆପଣ ହେଡଫୋନ୍ ମଧ୍ୟ ଗିଫ୍ଟ କରିପାରିବେ। କାରଣ ଭଲ ଫୋନ୍ ସାଥୀରେ ଭଲ ହେଡଫୋନର ଆବଶ୍ୟକତା ରହିଥାଏ।

ଏହାସହ ପଢ଼ନ୍ତୁ: ଶ୍ରାବଣ ମାସ: କାଉଡିଆଙ୍କ ମଧ୍ୟରେ ମୋଦି-ଯୋଗୀ ଟି-ଶାର୍ଟର ଧୁମ୍, ଜାଣନ୍ତୁ କେଉଁଠି ବେଶି ଡିମାଣ୍ଡ

ସ୍ବାସ୍ଥ୍ୟ ଏବଂ ଜୀବନ ବୀମା
ଏହି ଉପହାର ସବୁଠାରୁ ସୁନ୍ଦର ଉପହାର ହୋଇପାରିବ, ଯାହାକି ଆପଣଙ୍କ ଭଉଣୀର ଜୀବନ ସାରା କାମରେ ଆସିବ। ଏହା ନା କେବଳ ଆପଣଙ୍କ ଉଭଣୀର ସ୍ବାସ୍ଥ୍ୟ ଓ ଜୀବନକୁ ସୁରକ୍ଷିତ ରଖିବ, ବରଂ ଅନୁଭବ କରାଇବ କି ଆପଣଙ୍କ ସ୍ନେହ ତା’ ପାଇଁ ବହୁତ ଗୁରୁତ୍ବ ରଖିଥାଏ। ଏ ସବୁ ଛଡ଼ା ଭଉଣୀକୁ ସୁନା ମଧ୍ୟ ଉପହାର ଆକାରରେ ଦେଇପାରିବେ। କାରଣ ସୁନା ମହିଳାଙ୍କର ଏକ ପସନ୍ଦର ଗିଫ୍ଟ। ତେବେ ଆପଣ ଏହାକୁ ଗୋଲ୍ଡ କଏନ୍ କିମ୍ବା ବିସ୍କୁଟ ଆଦି ପାରମ୍ପରିକ ରୂପରେ ଦେଇପାରିବେ। ନଚେତ୍ ଅଳଙ୍କାର ଉପହାର କରିପାରିବେ। ଆପଣ ଗୋଲ୍ଡ ଇଟିଏଫ, ଗୋଲ୍ଡ ମିଚ୍ୟୁଆଲ ଫଣ୍ଡ କିମ୍ବା ସୋବରେନ୍ ଗୋଲ୍ଡ ବଣ୍ଡ ରୂପରେ ମଧ୍ୟ ଭଉଣୀକୁ ଗିଫ୍ଟ କରିପାରିବେ।

Roshni

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

13 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

45 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

47 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

50 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

56 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago