Categories: କ୍ରୀଡା

ଆର୍ମି ୟୁନିଫର୍ମରେ ଭାଇରାଲ୍ ହେଲା ମହେନ୍ଦ୍ର ସିଂହ ଧୋନିଙ୍କ ଭିଡିଓ, ଗାଡିରୁ ଓହ୍ଲାଇ କହୁଛନ୍ତି ‘ଜୟହିନ୍ଦ୍‌’

କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସ ନେବା ଉପରେ କିଛି ଦିନ ଧରି ଚର୍ଚ୍ଚା ଚାଲିଥିବାବେଳେ, ଧୋନି କହିଥିଲେ କି ସେ ଏବେ କ୍ରିକେଟରୁ ସନ୍ନ୍ୟାସ ନେଉନାହାନ୍ତି ଏବଂ ଟିମ୍‌ ସହ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ନଯାଇ ସେ ସେନାରେ ୨ ମାସ ଟ୍ରେନିଙ୍ଗ୍‌ ନେବେ। ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନାରେ ଅନରାରି ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦରେ ଥିବା ସହ ପାରାସୁଟ୍‌ ରେଜିମେଣ୍ଟ୍‌ର ୧୦୬ ବାଟାଲିୟନ୍‌ରେ କାର୍ଯ୍ୟରତ ଅଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ଆର୍ମି ୟୁନିଫର୍ମ ପିନ୍ଧି ଗାଡିରୁ ଓହ୍ଲାଇ ‘ଜୟହିନ୍ଦ୍‌’ କହୁଥିବାର ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଏହାସହ ପଢନ୍ତୁ: ବିଶ୍ବକପ୍ ହାରିବା ପରେ ଜାରି ହେଲା ଟିମ୍ ଇଣ୍ଡିଆର ଦରମା ଲିଷ୍ଟ, ଧୋନୀଙ୍କୁ ଲାଗିଲା ବିରାଟ ଝଟକା

ଅନ୍ଯପଟେ ଏହି ଭିଡିଓଟି ବର୍ତ୍ତମାନର ନୁହଁ ବୋଲି ଯାଞ୍ଚ ପ୍ରକ୍ରିୟାରୁ ଜଣାପଡିଛି। ଆନନ୍ଦ ମହିନ୍ଦ୍ରା ଏହି ଭିଡିଓଟିକୁ ନିଜ ଅଫିସିଆଲ୍‌ ଟ୍ଵିଟର୍‌ ହ୍ୟାଣ୍ଡଲ୍‌ରେ ସେୟାର୍‌ କରିଛନ୍ତି, ଯାହା ୩ ବର୍ଷ ତଳର ବୋଲି ଜଣାପଡିଛି। ତାଙ୍କର ଏହି ଭିଡିଓକୁ ୟୁଜର୍ସ ମଧ୍ୟ ଖୁବ୍‌ ସେୟାର୍‌ କରି ଭାଇରାଲ୍‌ କରୁଛନ୍ତି। ତେବେ ଧୋନି ଆଗାମୀ ୨ ମାସ ପର୍ଯ୍ୟନ୍ତ ସେନାରେ ଟ୍ରେନିଙ୍ଗ୍‌ ନେବେ। ଏଥିପାଇଁ ଧୋନିଙ୍କୁ ଆର୍ମି ମୁଖ୍ୟ ବିପିନ୍‌ ରାଓ୍ଵତ ଟ୍ରେନିଙ୍ଗ୍‌ ପାଇଁ ଅନୁମତି ମଞ୍ଜୁର କରି ସାରିଛନ୍ତି।

Sonalisa

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

10 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

42 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

44 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

47 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

53 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago