ରାଜ୍ୟ

ମାଆ, ବାପା ଓ ଭାଇ ସମସ୍ତେ ଛାଡ଼ି ଚାଲିଗଲେ: କେତେ ଦୁଃଖ ଆଉ ସହିଥାନ୍ତା ନାବାଳକ ରମେଶ, ଶେଷରେ ଏମିତି ହେଲା ପରିସ୍ଥିତି

କୋରାପୁଟ : କୋରାପୁଟ ଦଶମନ୍ତପୁର ବ୍ଲକ୍‌ ପରଜାବେଡ଼ାପଦର ପଞ୍ଚାୟତର ନୂଆଗୁଡ଼ା ଗାଁ । ଏଇ ଗାଁର ପିଲା ରମେଶ ସାଉଁତା । ତାର ଦୁଃଖ କାହାଣୀ ଜାଣିଲେ ଯେକେହିବି କାନ୍ଦି ପକାଇବ । ଛୋଟିଆ ପିଲାଟି କେମିତି ସହିଥାନ୍ତା ଏତେ ଦୁଃଖ ? ସେଥିଲାଗି ବୋଧହୁଏ ଭାଗବାନ ତାକୁ ଏ ଦଶା ଦେଲେ ! …. ଆସନ୍ତୁ ଜାଣିବା ରମେଶର ଏଭଳି ସ୍ଥିତି ପାଇଁ ଦାୟୀ କିଏ?

ନୂଆଗୁଡା ଗାଁର ରଘୁ ସାଉଁନ୍ତା । ସ୍ତ୍ରୀ ଧାନାଇ ଓ ଦୁଇପୁଅ ଅଭି ଏବଂ ରମେଶ ହସ ଖୁସିରେ ସଂସାର କରିଥିଲେ । ଦିନ ମଜୁରିଆ ଭାବେ କାମକରି ପରିବାରରେ ପୋଷୁଥିଲେ । ତିନି ବର୍ଷ ତଳେ ହଠାତ ଅଜଣା ରୋଗରେ ପଡି ରଘୁଙ୍କର ସ୍ତ୍ରୀ ଆରପାରିକୁ ଚାଲିଗଲେ । ପତ୍ନୀଙ୍କ ମୃତ୍ୟୁ ପରେ ଦୁଇ ପୁଅର ଯତ୍ନ ନେଇ ପାରୁନଥିଲେ ରଘୁ । ଜମିବାଡ଼ି ନାହିଁ କି ଚଳିବାକୁ ଧନ ସମ୍ପତ୍ତି ବି ନଥିଲା । ତେଣୁ ବଡ଼ପୁଅ ଅଭି ବାଧ୍ୟ ହୋଇ ଦାଦନ ଖଟିବାକୁ ହାଇଦ୍ରାବାଦ ଚାଲିଗଲା । ହେଲେ ତା ପରେ ତାର ଆଉ କିଛି ଖୋଜ ଖବର ମିଳିଲା ନାହିଁ। ପ୍ରାୟ ବର୍ଷକ ଯାଏ ଅପେକ୍ଷା ପରେ ବାପା ରଘୁ ନିଜ ଚାଉଳ କାର୍ଡ ବନ୍ଧା ପକାଇ ବଡ ପୁଅ ଅଭିକୁ ଖୋଜିବା ଲାଗି ହାଇଦ୍ରାବାଦ ଚାଲିଗଲେ । ତେବେ ଦୁର୍ଭାଗ୍ୟକୁ ସେ ବି ଆଉ ଫେରିଲେ ନାହିଁ । ଏମିତି ତିନି ବର୍ଷ ବିତିଗଲା ।

ଏବେ ରମେଶ ନିଜ ବିଧବା ପିଉସୀଙ୍କ ଘରେ ଆଶ୍ରୟ ନେଇଛିି । ସତୁରୀ ବର୍ଷର ପିଉସୀଙ୍କ ବିଧବା ଭତ୍ତା ପାଞ୍ଚଶହ ଟଙ୍କା ଓ ସରକାରଙ୍କ ତରଫରୁ ମିଳୁଥିବା ଚାଉଳରେ ଦୁହେଁ ବଞ୍ଚୁଥିଲେ । ଘରର ପରିସ୍ଥିତି ଦେଖି ରମେଶ ଏକ ହୋଟେଲରେ କାମ କଲା । ହେଲେ ସବୁ ବେଳେ ମନ ତାର ଖୋଜୁଥିଲା ବାପା ଓ ବଡ଼ ଭାଇକୁ । ଏମିତିରେ ମାନସିକ ଭାରସାମ୍ୟ ହରାଇଲା ରମେଶ । ଏକଥା କହିଛନ୍ତି ବିଧବା ପିଉସୀ ଗୁରୁ ମିଣିଆକା ।

ଏଭଳି ପରିସ୍ଥିତିରେ ନୂଆଗୁଡା ଗାଁର ଲୋକମାନେ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି ରମେଶର ଚିକିତ୍ସା ପାଇଁ । ତାର ବାପା ଭାଇଙ୍କୁ ଖୋଜିବା ପାଇଁ । ଏବେ ରମେଶର ବୟସ ମାତ୍ର ୧୫ କି ୧୬ ବର୍ଷ । ଯଦି ସେ ଭଲ ହୋଇ ପାଠ ପଢ଼େ ତାର ଭାଗ୍ୟ ବଦଳିଯିବ ବୋଲି ଲୋକଙ୍କର ବିଶ୍ୱାସ । ହେଲେ କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ… ତେଣୁ ରମେଶର ଭାଗ୍ୟ ବଦଳି ପାରିବ ଯେତେବେଳେ କାହାର ସହାୟତାର ହାତ ବଢ଼ି ଆସିବ ତା’ଆଡ଼କୁ ।

Sonalisa

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

5 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

14 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

18 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

51 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

53 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago