Categories: ରାଜ୍ୟ

କଟକ: ସ୍ମାର୍ଟ ଭିଲେଜ୍‌ କଲରାବାଙ୍କରେ ମହାସମାରୋହରେ ପାଳିତ ହେଲା ରାସ ପୂର୍ଣ୍ଣିମା,

କଟକ(କେନ୍ୟୁଜ୍): ସ୍ମାର୍ଟ ଭିଲେଜ୍‌ କଲରାବାଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି ରାସ ପୂର୍ଣ୍ଣିମା । କାର୍ତ୍ତିକେଶ୍ୱରଙ୍କ ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା ଗାଁରେ । ଆଖପାଖ ଗାଁ ଏବଂ ଜିଲ୍ଲାର ଲୋକଙ୍କ ଗହଳିଚହଳି ଦେଖିବାକୁ ମିଳିଥିଲା ସ୍ମାର୍ଟ ଭିଲେଜ୍‌ରେ । ଏଥର ଗାଁରେ ତିନିଦିନ ଧରି ଆୟୋଜିତ ହୋଇଥିଲା ରାମଲୀଳା । ପ୍ରତିବର୍ଷ ରାସ ପୂର୍ଣ୍ଣିମା ଗାଁରେ ବେଶ୍‌ ଧୂମ୍‌ଧାମରେ ପାଳିତ ହୋଇଥାଏ । ସେପଟେ ଗାଁର ସୁଯୋଗ୍ୟ ଦାୟାଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଲୋକପ୍ରିୟ ଟେଲିଭିଜନ ରିଅଲିଟି ଶୋ ‘କୌନ୍‌ ବନେଗା କରୋଡ୍‌ପତି’ (କେବିସି)ର ହଟ୍‌ସିଟ୍‌ରେ ଦେଖିବାକୁ ମିଳିବେ ।

ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାତି ୯ଟାରେ ସୋନି ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନରେ ପ୍ରସାରିତ ହେବାକୁ ଥିବା କୌନ୍‌ ବନେଗା କରୋଡ୍‌ପତିର ‘କର୍ମବୀର’ ଅଧ୍ୟାୟରେ ଅଚ୍ୟୁତ ସାମନ୍ତଙ୍କୁ ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ଦେଖିବାକୁ ମିଳିବ । ଏହି ଶୋ ରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବିଭିନ୍ନ ପ୍ରଶ୍ନ ଜରିଆରେ ଅଚ୍ୟୁତ ସାମନ୍ତଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଏବଂ ତାଙ୍କ ଗାଁ ସ୍ମାର୍ଟ ଭିଲେଜ୍‌ କଲରାବାଙ୍କ ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳିବ । ଡ. ସାମନ୍ତଙ୍କ ସ୍ୱପ୍ନର କିସ୍‌ ଅନୁଷ୍ଠାନର ସଫଳ କାହାଣୀ ମଧ୍ୟ ଏଥିରେ ଦେଖିବାକୁ ମିଳିବ । ଏହି ଅବସରରେ ଡ. ସାମନ୍ତ ଓଡ଼ିଶାରୁ ନେଇଥିବା ପ୍ରସିଦ୍ଧ ଛେନାପୋଡ଼ ସହ କିସ୍‌ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ ଅମିତାଭଙ୍କୁ ଉପହାର ଦେଇଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ଏନ୍‌ଡି ଟିଭି ପକ୍ଷରୁ ଚାଲୁଥିବା ‘ବନେଗା ସ୍ୱଚ୍ଛ୍‍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ସହ ଶ୍ରୀ ସାମନ୍ତଙ୍କୁ ଦେଖିବାକୁ ମିଳିଥିଲା । ଅମିତାଭଙ୍କ ସହ ଏଭଳି ଲୋକପ୍ରିୟ କାର୍ଯ୍ୟକ୍ରମରେ ଦୁଇ ଦୁଇଥର ଆସିବାରେ ଶ୍ରୀ ସାମନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

3 hours ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

5 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

5 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

5 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

6 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

7 hours ago