ଋତୁ ପରିବର୍ତ୍ତନ ସମୟରେ ହେଉଥିବା ଶାରିରୀକ ସମସ୍ୟାରୁ ମୁକ୍ତି ଦେବ ଏହି ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେଲେ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ୍‌ ଯୋଗୁ ଶରୀରରେ ଥଣ୍ଡା, କାଶ ଓ ଜ୍ୱର ଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଏବେ ଶୀତ ଋତୁର ଆରମ୍ଭ ହୋଇଛି। ଏହି ଋତୁରେ ବୁଲିବା ଚାଲିବା ପାଇଁ ଯେତିକି ମଜା ଲାଗିଥାଏ, ସେତିକି ଦେହ ଖରାପ ହେବାର ସମ୍ଭାବନା ମଧ୍ୟ ରହିଥାଏ। ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସମସ୍ୟା ଦେଖାଦେଇଥାଏ। ତେବେ ଏହି ସବୁ ସମସ୍ୟା ପାଇଁ ଚିିନ୍ତିତ ହେବା ଆବଶ୍ୟକ ନାହିଁ। କାରଣ କିଛି ଘରୋଇ ଉପାୟରୁ ଏହି ସବୁ ରୋଗରୁ ମୁକ୍ତି ମିଳିବ।

କମଳା ଚା’: ଶୀତ ଦିନେ ଥଣ୍ଡା କିମ୍ବା ଜ୍ୱର ହୋଇଥିଲେ ଘରେ କମଳା ଚା’ ପ୍ରସ୍ତୁତ କରି ପିଇପାରିବେ। କମଳା ଚା’ କରିବା ପାଇଁ ଏହି ଚୋପାର ଆବଶ୍ୟକତା ପଡ଼ିଥାଏ। ପ୍ରଥମେ ଗ୍ୟାସ୍‌ରେ ଏକ କପ୍‌ ପାଣି ଫୁଟାଇ ସେଥିରେ କମଳା ଚୋପା ପକାଇ ଫୁଟାନ୍ତୁ। ସେଥିରେ କିଛି ଗୁଜୁରାତି ଓ ଡାଲିଚିନି ପକାଇ ଭଲ କରି ଫୁଟାନ୍ତୁ। ଫୁଟିଯିବା ପରେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଢ଼ାଙ୍କି ଦିଅନ୍ତୁ। ଏହାପରେ ଏଥିରେ ମହୁ ମିଶାଇ ପିଅନ୍ତୁ ଦେଖିବେ ଥଣ୍ଡା ସମସ୍ୟାରୁ ଉପଷମ ମିଳିବ।

ସୁପ୍‌: ଥଣ୍ଡା କି ଜ୍ୱର ହେଲେ କିଛି ଖଟାମିଠା ଅବା ଲୁଣି ଖାଦ୍ୟ ଖାଇବାକୁ ଇଛା ହୋଇଥାଏ। ତେବେ ପରିବା ସୁପ୍‌ କିମ୍ବା ଚିକେନ ସୁପ୍‌ ପିଇପାରିବେ। ଏହା ସ୍ବାସ୍ଥ୍ୟ ପାଇଁ ହିତକର ହେବା ବେଳେ ସ୍ବାଦିଷ୍ଟ ମଧ୍ୟ ହୋଇଥାଏ ।

ମସଲା ଚା’: ଥଣ୍ଡା ହୋଇଥିବା କାରଣରୁ ଗଳାରେ ବ୍ୟଥା ଅନୁଭବ କରିବା, କାଶ ହେବା ଏହି ସବୁ କାରଣରୁ ଔଷଧୀୟ ଗୁଣ ଭରପୂର ଚା’ ପିଇବା ଉଚିତ। ଅଦା, ତୁଳସୀ, ଗୋଲମରିଚ ଓ ହଲଦି ପକାଇ କାଢ଼ା ପ୍ରସ୍ତୁତ କରିବା ପରେ ଏହାକୁ ପିଇବା ଦ୍ୱାରା ଆରାମ୍‌ ମିଳିଥାଏ ।

ଫଳ: ଥଣ୍ଡା,ସର୍ଦ୍ଦି ହୋଇଥିଲେ ଭିଟାମିନ ସି ଥିବା ଫଳ ଲେମ୍ବୁ, କମଳା, ଅଁଳା ଆଦି ଖାଇବା ଭଲ। ଶରୀରକୁ ସ୍ବାସ୍ଥ୍ୟକର ରଖିବା ପାଇଁ ପ୍ରତିଦିନ ଗୋଟିଏ ଫଳ ସେବନ କରିବା ଉଚିତ। ଏହାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

KNews Bureau

Recent Posts

ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

45 seconds ago

ଓଲଟିଲା ଅମୃତଭଣ୍ଡା ଵୋଝେଇ ଟ୍ରକ, ଜଣେ ମୃତ

ସୋରୋ: ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଅମୃତଭଣ୍ଡାଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି…

17 mins ago

ମେଡିକାଲରୁ ଚୋରି ଶିଶୁ ଉଦ୍ଧାର, ଆଶାକର୍ମୀ ଅଟକ

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

55 mins ago

ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି…

1 hour ago

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ…

1 hour ago

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ…

1 hour ago