ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଥଯାତ୍ରା

କେନ୍ୟୁଜ୍ : ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ରଥଯାତ୍ରା । ଖୋର୍ଦ୍ଧାର ଜାଗୁଳେଇପାଟଣା ଓ କାଇମାଟିଆ ଗାଁରେ ରୀତିନୀତି ଅନୁଯାୟୀ ପହଣ୍ଡି, ଛେରାପହଁରା ଓ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସେହିଭଳି ଯାଜପୁର ବଡ଼ ତ୍ରିଲୋଚନପୁର ଗାଁରେ ଜଗନ୍ନାଥଙ୍କ ୨୫ ତମ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଅପରାହ୍ନରେ ରଥାରୁଢ ଠାକୁରଙ୍କୁ ଟାଣି ନେଇଥିଲେ ଭକ୍ତ । ବୈଦ୍ଧରେ ମଧ୍ୟ ବେସ୍‌ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି । ସକାଳୁ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଥିଲା । ଏହାପରେ ଯୁବରାଜ ଦେବେନ୍ଦ୍ର ପ୍ରସାଦ ଦେବ ଛେରା ପହଁରା କରିବା ପରେ ରଥ ଟାଣି ମାଉସୀ ମା ମନ୍ଦିରରେ ପହଞ୍ଚାଇଥିଲେ ଭକ୍ତ ।

ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ରଥଯାତ୍ରା :

ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରେ ରଥଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଛି । ଜିଲ୍ଲା ସଦର ମହକୁମାର ଜଗନ୍ନାଥମନ୍ଦିର ସାହିରୁ ରଥଟଣା ହୋଇ ଦୁର୍ଗାଗୁଡ଼ି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଟଣା ଯାଇଥିଲା । ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରାୟଗଡ଼ାର ଶ୍ରଦ୍ଦାଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଅପରାହ୍ନ ୪ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୋଟିଏ ରଥ ଦଉଡିକୁ ମହିଳାମାନେ ଟାଣିଥିଲେ ।

ଆଜି ନୀଳଗିରିରେ ରଥଯାତ୍ରା :

ଆଜି ନୀଳଗିରିରେ ରଥଯାତ୍ରା । ଏଠାରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରଥ ଟଣା ହେବ । ଗତକାଲି ଗୋଟି ପହଣ୍ଡିରେ ତିନି ଦିଅଁଙ୍କୁ ରତ୍ନବେଦୀରୁ ରଥାରୁଢ କରାଯାଇଛି । ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ବାଲେଶ୍ୱର ସହର । ସହରକୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ଦୋକାନ ବଜାର ଓ ମୀନାବଜାର ପସରା ମେଲିଛି । ସ୍ଥାନୀୟ ପ୍ରଶଶସନ ଓ ଠାକୁର ମାହାଲ ତରଫରୁ ରଥଯାତ୍ରାକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

ବାଲେଶ୍ୱର ରେମୁଣା ଇମାମି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ :

ବାଲେଶ୍ୱର ରେମୁଣା ଇମାମି ଜଗନ୍ନାଥ ମନ୍ଦିରରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ରଥଯାତ୍ରା । ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥାରୁଢ କରାଯିବା ପରେ ରଥ ଟଣା ଯାଇଥିଲା । ରଥଯାତ୍ରା ଦେଖିବାକୁ ହଜାର ହଜାର ଭକ୍ତଙ୍‌କ ସମାଗମ ହୋଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରାକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ପୁରୀ ଜିଲ୍ଲା ତୁଳସୀପୁରରେ ନିଆରା ଢଙ୍ଗରେ ରଥଯାତ୍ରା ପାଳିତ :

ପୁରୀ ଜିଲ୍ଲା ତୁଳସୀପୁରରେ ନିଆରା ଢଙ୍ଗରେ ରଥଯାତ୍ରା ପାଳିତ ହୋଇଛି । ମହାପ୍ରଭୁଙ୍କୁ ପାଲିଙ୍କିରେ ତୁଳସୀପୁର ଗାଁକୁ ଆଣି ରଥାରୁଢ଼ କରିବା ପରେ ରଥ ଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏଭଳି ନିଆରା ଢଙ୍ଗରେ ରଥଯାତ୍ରା ପାଳନ ହୋଇଆସୁଛି ।

କଟକ ଜିଲ୍ଲା ମାହାଙ୍ଗାରେ ବେସ୍‌ ଆଡମ୍ବର ସହ ରଥଯାତ୍ରା ଅନୁଷ୍ଠିତ :

ସେହିପରି କଟକ ଜିଲ୍ଲା ମାହାଙ୍ଗାରେ ବେସ୍‌ ଆଡମ୍ବର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି । ନୀତିକାନ୍ତି ଅନୁସାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ ଓ ଚେରା ପହଁରା ପରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେପଟେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାର ବନ୍ଧବାହାଲ, ବ୍ରଜରାଜନଗର, ବେଲପାହାଡ଼, କୁକୁଜଙ୍ଗା ଆଦି ସ୍ଥାନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

KNews Bureau

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

36 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

39 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

57 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago