Below header

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଥଯାତ୍ରା

କେନ୍ୟୁଜ୍ : ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ରଥଯାତ୍ରା । ଖୋର୍ଦ୍ଧାର ଜାଗୁଳେଇପାଟଣା ଓ କାଇମାଟିଆ ଗାଁରେ ରୀତିନୀତି ଅନୁଯାୟୀ ପହଣ୍ଡି, ଛେରାପହଁରା ଓ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସେହିଭଳି ଯାଜପୁର ବଡ଼ ତ୍ରିଲୋଚନପୁର ଗାଁରେ ଜଗନ୍ନାଥଙ୍କ ୨୫ ତମ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଅପରାହ୍ନରେ ରଥାରୁଢ ଠାକୁରଙ୍କୁ ଟାଣି ନେଇଥିଲେ ଭକ୍ତ । ବୈଦ୍ଧରେ ମଧ୍ୟ ବେସ୍‌ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି । ସକାଳୁ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଥିଲା । ଏହାପରେ ଯୁବରାଜ ଦେବେନ୍ଦ୍ର ପ୍ରସାଦ ଦେବ ଛେରା ପହଁରା କରିବା ପରେ ରଥ ଟାଣି ମାଉସୀ ମା ମନ୍ଦିରରେ ପହଞ୍ଚାଇଥିଲେ ଭକ୍ତ ।

ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ରଥଯାତ୍ରା :

malkangiri rathaମାଓ ପ୍ରବଣ ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରେ ରଥଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଛି । ଜିଲ୍ଲା ସଦର ମହକୁମାର ଜଗନ୍ନାଥମନ୍ଦିର ସାହିରୁ ରଥଟଣା ହୋଇ ଦୁର୍ଗାଗୁଡ଼ି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଟଣା ଯାଇଥିଲା । ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରାୟଗଡ଼ାର ଶ୍ରଦ୍ଦାଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଅପରାହ୍ନ ୪ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୋଟିଏ ରଥ ଦଉଡିକୁ ମହିଳାମାନେ ଟାଣିଥିଲେ ।

ଆଜି ନୀଳଗିରିରେ ରଥଯାତ୍ରା :

jagaଆଜି ନୀଳଗିରିରେ ରଥଯାତ୍ରା । ଏଠାରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରଥ ଟଣା ହେବ । ଗତକାଲି ଗୋଟି ପହଣ୍ଡିରେ ତିନି ଦିଅଁଙ୍କୁ ରତ୍ନବେଦୀରୁ ରଥାରୁଢ କରାଯାଇଛି । ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ବାଲେଶ୍ୱର ସହର । ସହରକୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ଦୋକାନ ବଜାର ଓ ମୀନାବଜାର ପସରା ମେଲିଛି । ସ୍ଥାନୀୟ ପ୍ରଶଶସନ ଓ ଠାକୁର ମାହାଲ ତରଫରୁ ରଥଯାତ୍ରାକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

ବାଲେଶ୍ୱର ରେମୁଣା ଇମାମି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ :

ବାଲେଶ୍ୱର ରେମୁଣା ଇମାମି ଜଗନ୍ନାଥ ମନ୍ଦିରରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ରଥଯାତ୍ରା । ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥାରୁଢ କରାଯିବା ପରେ ରଥ ଟଣା ଯାଇଥିଲା । ରଥଯାତ୍ରା ଦେଖିବାକୁ ହଜାର ହଜାର ଭକ୍ତଙ୍‌କ ସମାଗମ ହୋଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରାକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ପୁରୀ ଜିଲ୍ଲା ତୁଳସୀପୁରରେ ନିଆରା ଢଙ୍ଗରେ ରଥଯାତ୍ରା ପାଳିତ :

ପୁରୀ ଜିଲ୍ଲା ତୁଳସୀପୁରରେ ନିଆରା ଢଙ୍ଗରେ ରଥଯାତ୍ରା ପାଳିତ ହୋଇଛି । ମହାପ୍ରଭୁଙ୍କୁ ପାଲିଙ୍କିରେ ତୁଳସୀପୁର ଗାଁକୁ ଆଣି ରଥାରୁଢ଼ କରିବା ପରେ ରଥ ଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏଭଳି ନିଆରା ଢଙ୍ଗରେ ରଥଯାତ୍ରା ପାଳନ ହୋଇଆସୁଛି ।

କଟକ ଜିଲ୍ଲା ମାହାଙ୍ଗାରେ ବେସ୍‌ ଆଡମ୍ବର ସହ ରଥଯାତ୍ରା ଅନୁଷ୍ଠିତ :

mahangaସେହିପରି କଟକ ଜିଲ୍ଲା ମାହାଙ୍ଗାରେ ବେସ୍‌ ଆଡମ୍ବର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି । ନୀତିକାନ୍ତି ଅନୁସାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ ଓ ଚେରା ପହଁରା ପରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେପଟେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାର ବନ୍ଧବାହାଲ, ବ୍ରଜରାଜନଗର, ବେଲପାହାଡ଼, କୁକୁଜଙ୍ଗା ଆଦି ସ୍ଥାନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.