ରାଜ୍ୟ

ଲକଡାଉନରେ ବନସୁରକ୍ଷା ସମିତି ପକ୍ଷରୁ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ

ବାରିପଦା (କେନ୍ୟୁଜ) : କରୋନାର ପ୍ରକୋପକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ବା ତାଲା ବନ୍ଦ। ତାଲା ବନ୍ଦ କାରଣରୁ କାମ ଧନ୍ଦା ଠପ। ଦୋକାନ ବଜାର ବନ୍ଦ କାରଣରୁ କାମ ଧନ୍ଦା ବନ୍ଦ ଫଳରେ ଜୀବନ ଜୀବିକାକୁ ଦୋହଲାଇ ଦେଇଛି କରୋନା। ତାଲା ବନ୍ଦ କାରଣରୁ ସବୁଠାରୁ ବେଶୀ ସମସ୍ୟାର ସାମ୍ନା କରୁଛନ୍ତି ଗରିବ ଅସହାୟ ଲୋକ। ଏଥିପାଇଁ ବିଭିନ୍ନ ମହଲରୁ ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି କିଛି ସରକାରୀ ଏବଂ ବେସରକାରୀ ବିଭାଗ।

ମଣଦା ବନାଞ୍ଚଳ ଅନ୍ତର୍ଗତ ବଡ଼ସିଆଳି କ, ବଡ଼ସିଆଳି ଖ ଏବଂ ସାନସିଆଳି ନଇର ବନ ସୁରକ୍ଷା ସମିତିର ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଅଣସରକାରୀ ସଂସ୍ଥା ସହାୟତାରେ ସୋୟଂସିଦ୍ଧା ଫେଡରେସନ ଦ୍ୱାରା ଏହି ରାସନ ସାମଗ୍ରୀ ଅତି ଲୋକଙ୍କୁ ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ଦେଶ ତାଲା ବନ୍ଦ ଥିବାବେଳେ ସମାଜର ତଳ ଶ୍ରେଣୀର ଲୋକଙ୍କ ପାଇଁ ଏହି ସାହାଯ୍ୟ ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ରାସନ ସାମଗ୍ରୀ ପ୍ରଦାନ କରିବାରେ ଦୁରଦୁରା ଗ୍ରା.ପ. ସରପଞ୍ଚ ଶ୍ରୀମତୀ ଶାନ୍ତିଲତା ସୋରେନ, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ମଣଦାର ସଂଯୋଜକ ଶ୍ରୀ ବିଜୟ କେତନ ବିଶ୍ୱାଳ, ସୋୟଂସିଦ୍ଧା ଫେଡରେସନର ସଭାପତି ଶ୍ରୀମତୀ ସତ୍ୟଭାମା ମହନ୍ତ, ବନ ସହାୟକକର୍ମୀ ଶ୍ରୀମତୀ ବବିତା ମହାନ୍ତ, ଶ୍ରୀ ଛୋଟରାଏ ମାଝୀ ଉପସ୍ଥିତ ହୋଇ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

ଏହି ସାମଗ୍ରୀ ମଧ୍ୟରେ ରହିଛି ଚାଉଳ, ଡାଲି, ଆଳୁ, ସୋରିଷ ତେଲ, ସାବୁନ, ସୋୟାବିନ ବଢ଼ି ଏବଂ ଅନ୍ୟାନ୍ୟ ରୋଷେଇ ମସଲା ଗରିବ ଲୋକଙ୍କୁ ପ୍ରଦାନ କରାଯାଇଥିବାବେଳେ ଗ୍ରାମସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ମାସ୍କ ଓ ସାବୁନ ଯୋଗାଇ ଦିଆଗଲା। ମଣଦା କ୍ଷେତ୍ର ପରିଚାଳନା ତରଫରୁ ସାନଶିଆଳି ନଈ ଗ୍ରାମର ଶ୍ରମିକମାନଙ୍କୁ ମାସ୍କ ପ୍ରଦାନ କରାଯାଇଛି। ବିଭିନ୍ନ ସଂସ୍ଥା ସଂସ୍ଥା ମାଧ୍ୟମରେ ଗ୍ରାମ ଗୁଡିକରେ ଏକକୀକରଣ କାର୍ଯ୍ୟକୁ ମଣଦା ବନାଞ୍ଚଳ ଅଧିକାରୀ ଶ୍ରୀ ବନବିହାରି ସର୍ଦ୍ଦାର ସ୍ୱାଗତ କରିଛନ୍ତି। ସେହିପରି ଶ୍ରୀ ତ୍ରିଲୋଚନ ରାଏ, ଶ୍ରୀ ଲୋକନାଥ ସାହୁ ଏବଂ ସାନସିଆଳି vss ପ୍ରେସିଡେଣ୍ଟ ଦାଶରଥି ହେମ୍ବ୍ରମ ଏବଂ ACF ରାଇରଙ୍ଗପୁର ଫରେଷ୍ଟ ଡିଭିଜନର ଶ୍ରୀ ନବୀନ ଚନ୍ଦ୍ର ନାଏକ ଓ ଶ୍ରୀ ଅଭିଷେକ ପରୀକ୍ଷା ଏହି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

12 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

14 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

20 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

29 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

29 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

47 mins ago