ଭୁବନେଶ୍ବର : ଆଜି ରାବଣ ପୋଡି । ଚଳିତ ବର୍ଷ ରାଜଧାନୀରେ ୫ଟି ପୂଜା ମଣ୍ଡପରେ ରାବାଣ ପୋଡି ଉତ୍ସବ ପାଳନ ହେବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍କୁ ପାଳନ କରୁଥିବା ପୂଜାମଣ୍ଡପଗୁଡିକୁ ଲାଇସେନ୍ସ ଦେଇଛି କମିଶନରେଟ ପୋଲିସ । ରାବଣ ପୋଡି ସମୟରେ ଟ୍ରାଫିକ୍ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ସବୁ ମଣ୍ଡପରେ ପ୍ରସ୍ତୁତି ପ୍ରାୟ ସରିଛି । ରାବଣଙ୍କୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ରଙ୍ଗରେ ସଜା ହୋଇଛି । ସେପଟେ ପୂଜା କମିଟି ଗୁଡିକ ଦର୍ଶକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ପରେ ସହିଦଗର, ନୟାପଲ୍ଲୀ, ଗଙ୍ଗନଗର ଆଦି ପ୍ରମୁଖ ପୂଜା ମଣ୍ଡପ ଗୁଡିକରେ ରାବଣ ପୋଡି ଉତ୍ସବ ବନ୍ଦ ହୋଇଯାଇଛି । ସେହିଭଳି ରାବଣ ପୋଡିରେ ଅତି ମାତ୍ରାରେ ପ୍ରଦୁଷଣ ଯୁକ୍ତ ଆତସିବାଜି ଉପରେ କଟକଣା ରହିଛି ।
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…
ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…
ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…