ରାଜଧାନୀରେ ୫ଟି ପୂଜା ମଣ୍ଡପରେ ରାବଣ ପୋଡି ଉତ୍ସବ ପାଳନ ହେବ

ଭୁବନେଶ୍ବର : ଆଜି ରାବଣ ପୋଡି । ଚଳିତ ବର୍ଷ ରାଜଧାନୀରେ ୫ଟି ପୂଜା ମଣ୍ଡପରେ ରାବାଣ ପୋଡି ଉତ୍ସବ ପାଳନ ହେବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌କୁ ପାଳନ କରୁଥିବା ପୂଜାମଣ୍ଡପଗୁଡିକୁ ଲାଇସେନ୍ସ ଦେଇଛି କମିଶନରେଟ ପୋଲିସ । ରାବଣ ପୋଡି ସମୟରେ ଟ୍ରାଫିକ୍‌ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ସବୁ ମଣ୍ଡପରେ ପ୍ରସ୍ତୁତି ପ୍ରାୟ ସରିଛି । ରାବଣଙ୍କୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ରଙ୍ଗରେ ସଜା ହୋଇଛି । ସେପଟେ ପୂଜା କମିଟି ଗୁଡିକ ଦର୍ଶକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ପରେ ସହିଦଗର, ନୟାପଲ୍ଲୀ, ଗଙ୍ଗନଗର ଆଦି ପ୍ରମୁଖ ପୂଜା ମଣ୍ଡପ ଗୁଡିକରେ ରାବଣ ପୋଡି ଉତ୍ସବ ବନ୍ଦ ହୋଇଯାଇଛି । ସେହିଭଳି ରାବଣ ପୋଡିରେ ଅତି ମାତ୍ରାରେ ପ୍ରଦୁଷଣ ଯୁକ୍ତ ଆତସିବାଜି ଉପରେ କଟକଣା ରହିଛି ।

Leave A Reply

Your email address will not be published.