ରାବଣର ସାତ ଅଧୁରା ସ୍ବପ୍ନ , ଯଦି ହୋଇଯାଇଥାନ୍ତା ପୁରା ତେବେ ବଦଳି ଯାଇଥାନ୍ତା ଦୁନିଆ

ଅଧର୍ମ ଉପରେ ଧର୍ମର ଜୟ ସ୍ବରୂପ ଦଶହରା ପର୍ବକୁ ପାଳନ କରାଯାଏ । ଏହି ଦିନ ହିଁ ରାବଣକୁ ବଧ କରିଥିଲେ ଭଗବାନ୍ ରାମ । ହେଲେ ଦେବତାଙ୍କୁ ପରାଜିତ କରିଥିବା ରାବଣ ଥିଲା ମହାପଣ୍ଡିତ ଏବଂ ମହାଜ୍ଞାନୀ । କିନ୍ତୁ ରାବଣର ସବୁଠାରୁ ଦୁର୍ବଳତା ଥିଲା ଯେ ସେ ନିଜ ବଳ ଏବଂ ଜ୍ଞାନର ଅହଙ୍କାରରେ ନିଜକୁ ଭଗବାନ୍ ମାନିବସିଥିଲା । ଏବଂ ଇଶ୍ବରଙ୍କ ଦ୍ବାରା ନିର୍ମିତ ନିୟମକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲା । ଯଦି ଆଉ କିଛି ବର୍ଷ ଜୀବିତ ରହିଥାନ୍ତା ରାବଣ ତେବେ ନିଜର ୭ଟି ଅଧୂରା ସ୍ବପ୍ନକୁ ନିଶ୍ଚୟ ପୁରା କରିଥାନ୍ତା । ଯାହା ଫଳରେ କିଛି ସ୍ବର୍ଣ୍ଣପୁରୀ ଲଙ୍କା ପରି ସୁନ୍ଦର ହୋଇଥାନ୍ତା ଦୁନିଆ । ଏବେ ଜାଣନ୍ତୁ ରାବଣ ସେହି ସାତଟି ଅଧୁରା ସ୍ବପ୍ନ ।

– ରାବଣର ପ୍ରଥମ ସ୍ବପ୍ନ ଥିଲା ସ୍ବର୍ଗକୁ ସିଡି କରିବା । ରାବଣ ଚାହୁଁଥିଲା ସମସ୍ତ ବ୍ୟକ୍ତି ସ୍ୱର୍ଗକୁ ଯାଆନ୍ତୁ । ସେଥିପାଇଁ ସେ ପୃଥିବୀଠୁ ଆରମ୍ଭ କରି ସ୍ୱର୍ଗ ପର‌୍ୟ୍ୟନ୍ତ ସିଡି ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିଦେଇଥିଲା । କିନ୍ତୁ ଏହି ସିଡି ଶେଷ ହେବା ପୂର୍ବରୁ ରାମଙ୍କ ହାତରେ ରାବଣର ମୃତ୍ୟୁ ହୋଇଗଲା ।

– ରାବଣର ଦ୍ୱିତୀୟ ସ୍ୱପ୍ନ ଥିଲା ସମୁଦ୍ରର ପାଣିକୁ ମିଠା କରିବା । କାରଣ ରାବଣକୁ ଜଣାଥିଲା ଯେ ପୃଥିବୀରେ ପିଇବା ପାଣିର ଅଭାବ ରହିଛି । ଯଦି ସମୁଦ୍ର ପାଣି ମିଠା ହୋଇଯାଏ ତେବେ ପିଇବା ପାଣିର ଆଉ ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ । ତେଣୁ ଏହି କାମରେ ଲାଗିଯାଇଥିଲା ରାବଣ । ହେଲେ କାମ ଶେଷ ହେବା ପୂର୍ବରୁ ନିଜେ ପୃଥିବୀରୁ ନେଇଥିଲା ବିଦାୟ ।

– ରାବଣର ତୃତୀୟ ଅଧୂରା ସ୍ୱପ୍ନ ଥିଲା ସୁନାରେ ସୁଗନ୍ଧ ଭର୍ତ୍ତି କରିବା । ଏହାର କାରଣ ଥିଲା ସୁନାର ସୌକିନ୍ ଥିଲା ରାବଣ । ସେଥିପାଇଁ ତ ନିଜର ପୂରା ନଗରୀ ସୁନାରେ ନିର୍ମାଣ କରିଥିଲା । ଏହା ସହ ରାବଣ ଚାହୁଁଥିଲା କି ସୁଗନ୍ଧ ଆସିଗଲେ ସୁନାକୁ ଚିହ୍ନିବାରେ କୌଣସି ସମସ୍ୟା ହୋଇନଥାନ୍ତା ।

– ରାବଣ ଯଦି ଆଉ କିଛି ଦିନ ଜୀବିତ ଥାନ୍ତା ତେବେ ମଦକୁ ଗନ୍ଧହୀନ କରିଦେଇଥାନ୍ତା । ସେ ଚାହୁଁଥିଲା ମଦ ଗନ୍ଧହୀନ ହୋଇଗଲେ ସମସ୍ତେ ଏହାର ମଜା ନେଇ ପାନ କରିପାରିବେ ।

– ଲଙ୍କାପତି ରାବଣ ରଙ୍ଗଭେଦକୁ ଶେଷ କରିବାକୁ ଚାହୁଁଥିଲା । କାରଣ ସେ ଚାହୁଁଥିଲା ସବୁ ଲୋକ ଗୋରା ଦେଖାଯାଆନ୍ତୁ । ଯାହା ଫଳରେ କେହି କାହାର କଳା ରଙ୍ଗକୁ ନେଇ କେବେ ଥଟା କରିବେ ନାହିଁ ।

– ଦଶାନନ ଚାହୁଁଥିଲା ସମସ୍ତେ ଭଗବାନଙ୍କ ପୂଜା ନକରି ତାର ପୂଜା କରନ୍ତୁ ବୋଲି । କିନ୍ତୁ ତାର ଏହି ସ୍ବପ୍ନ ତା ସହ ହିଁ ଭାଙ୍ଗି ଯାଇଥିଲା ।
– ରାବଣର ସପ୍ତମ ସ୍ୱପ୍ନ ଥିଲା ରକ୍ତର ରଙ୍ଗକୁ ଲାଲରୁ ଧଳା କରିବା। ଯାହାଫଳରେ କୌଣସି ବ୍ୟକ୍ତିର ହତ୍ୟା କଲେ ତାହା ଯେପରି କାହାକୁ ଜଣାପଡିବ ନାହିଁ ।

Leave A Reply

Your email address will not be published.