Below header

କାହିଁକି ଶାହରୁଖଙ୍କ ଉପରେ ରାଗି ଯାଇଥିଲେ ସନ୍ନି ? ଆଉ ସମସ୍ତଙ୍କ ସାମ୍ନାରେ ଫାଡି ଦେଇଥିଲେ ନିଜ ଜିନ୍ସ

ବଲିଉଡର ଆକ୍ସନ ହିରୋ ସନ୍ନି ଦେୱଲ ଆଜି ନିଜର ୬୨ତମ ବାର୍ଥଡେ ସେଲିବ୍ରେଟ କରୁଛନ୍ତି। ସନ୍ନି ଦେଓଲ ୧୯୮୩ ରେ ଫିଲ୍ମ ’ବେତାବ’ରୁ ନିଜର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। ରିଲ ଲାଇଫରେ ସନ୍ନି ଦେଓଲ ସବୁବେଳେ ରାଗି ସ୍ବଭାବର ଚରିତ୍ର କରୁଥାନ୍ତି କିନ୍ତୁ ରିୟଲ ଲାଇଫରେ ନିଜ ଚରିତ୍ର ଠାରୁ ଭିନ୍ନ। ସନିଙ୍କର ପ୍ରକ୍ରୁତ ନାମ ହେଉଛି ଅଜୟ ସିଂ ଦେଓଲ କିନ୍ତୁ ଘରେ ତାଙ୍କୁ ସମସ୍ତେ ସନ୍ନି ଡାକନ୍ତି। ସେବେଠାରୁ ସନ୍ନି ତାଙ୍କ ନାମ ଏହୋ ହିଁ ରଖିଲେ। ତେବେ ଆଜି ଆମେ ଆପଣଙ୍କୁ ସନ୍ନିଙ୍କ ଜନ୍ମଦିନରେ ଶାହରୁଖଙ୍କୁ ନେଇ ଏମିତି ଏକ ଘଟଣା ଜଣାଇବାକୁ ଯାଉଛୁ ଯେଉଁଥିରେ ସନ୍ନି ଦେଓଲ କ୍ରୋଧିତ ହୋଇ ନିଜର ଜିନ୍ସ ପ୍ୟାଣ୍ଟ ଫାଡି ଦେଇଥିଲେ।

suuniଫିଲ୍ମ ଇଣ୍ଡଷ୍ଟ୍ରୀରେ ସନ୍ନିଙ୍କର ଡିମାଣ୍ଡ ଏବେ ମଧ୍ୟ ରହିଛି। ’ଗଦ୍ଦର -ଏକ ପ୍ରେମ କାହାଣୀ’ ଫିଲ୍ମ ବିଷୟରେ ଯେତେବେଳେ ହୋଇଥାଏ ସେତେବେଳେ ସନ୍ନିଙ୍କର ଚମତ୍କାର ଲୋମ ଟାଙ୍କୁରା ଅଭିନୟ ସାମ୍ନାକୁ ଆସିଯାଏ।

ଏହା ସହ ପଢ଼ନ୍ତୁ : କାହିଁକି ଝିଅ ପୂଜା ଭଟ୍ଟ ସହ ଏମିତି ବୋଲ୍ଡ ଫଟୋସୁଟ୍ କରିଥିଲେ ମହେଶ ଭଟ୍ଟ ? ପଢନ୍ତୁ ଜନ୍ମଦିନ ସ୍ପେଶାଲ୍

ବହୁତ କମ୍ ଲୋକ ଜାଣିଥିବେ ଯେ ସନ୍ନି ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଆକ୍ଟିଙ୍ଗ୍ ସ୍କୁଲରୁ ଅଭିନୟ ଶିଖିଥିଲେ। ସବୁ ପିଲାଙ୍କର ଇଚ୍ଛା ଥାଏ ଯେ ସେମାନେ ନିଜର ବାପାଙ୍କ ନାମରେ ନାମିତ ହୁଅନ୍ତୁ ଠିକ ସେମିତି ଇଚ୍ଛା ସନ୍ନିଙ୍କର ମଧ୍ୟ ଥିଲା।Sunny-Deol-Dharmendra-biopic (1)କୁହାଯାଏ ଯେ ପିତା ଧର୍ମେନ୍ଦ୍ରଙ୍କ ଦବଙ୍ଗଗିରି ଦେଖାଇବା ପାଇଁ ସନ୍ନି ତାଙ୍କ ବାପାଙ୍କ ଜିନ୍ସ ପ୍ୟାଣ୍ଟ ପିନ୍ଧି ସ୍କୁଲକୁ ଯାଉଥିଲେ। ସ୍କୁଲକୁ ଯାଇ ସନ୍ନି ନିଜର ସାଙ୍ଗ ମାନଙ୍କୁ କହୁଥିଲେ ଯେ ଏହି ଜିନ୍ସ ତାଙ୍କ ବାପା ’ଶୋଲେ’ ଫିଲ୍ମରେ ପିନ୍ଧିଥିଲେ। ସନ୍ନି ନିଜ ଚରିତ୍ରରେ ସବୁବେଳେ ରାଗି ଜଣା ପଡନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ବହୁତ ଶାନ୍ତ ସ୍ବଭାବର ଅଟନ୍ତି। ସେ ତାଙ୍କ ବାପାଙ୍କ ସାମନାରେ ଅଧିକ କିଛି କହିପାରନ୍ତି ନାହିଁ। ଏହା ସନ୍ନି ଏକ ଇଣ୍ଟର୍ଭ୍ୟୁରେ କହିଥିଲେ।

sunniକୁହାଯାଏ ଯେ ସନ୍ନି ଦେଓଲ ଯେତେବେଳେ ’ଡର’ ଫିଲ୍ମର ସୁଟିଂ କରୁଥିଲେ ସେତେବେଳେ ସେଟରେ ଶାହରୁଖଙ୍କୁ ଅଧିକ ଗୁରୁତ୍ବ ମିଳିବା କାରଣରୁ ସେ କ୍ରୋଧିତ ହୋଇଯାଇଥିଲେ। ସେ ରାଗରେ ତାଙ୍କର ଜିନ୍ସ ପକେଟରେ ହାତ ପୂରାଇ ତଳ ଆଡକୁ ଫାଡି ଦେଇଥିଲେ। ସନ୍ନି ତାଙ୍କର ପରିବାର ସଦସ୍ଯଙ୍କ ସହିତ ସେ ବହୁତ ଅନ୍ତରଙ୍ଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.