ରାଜ୍ୟ

ହସ୍ପିଟାଲରେ ଆଖିବୁଜିଲେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକ

କଟକ(କେନ୍ୟୁଜ) : କଣ ହେଲାଣି ଏ ସମାଜ । କେତେ କ୍ରୁର ପାଲଟିଗଲାଣି ଏ ମଣିଷ । ପ୍ରତିଦିନ ସକାଳ ହେଲେ ଖବର ଖାଲି ଅପରାଧ ଅପରାଧ ଆଉ ଅପରାଧ। ହେଲେ ଆଜି ଯେଉଁ ଘଟଣା ଆମେ ଆପଣଙ୍କୁ ଦେଖାଉଛୁ ତାହା ଏତେ ସମ୍ବେଦନଶୀଳ ଯେ ଆପଣ ଶୁଣିଲେ ଭୟଙ୍କ ଥରି ଉଠିବେ । ଥରେ ଭାବିଲେ ଟିକେ ନିଆଁ ଚେଙ୍କ ଆଙ୍ଗୁଠିରେ କିମ୍ବା ଶରୀରର କୌଣସି ସ୍ଥାନରେ ବାଜିଗଲେ କେତେ କଷ୍ଟ ହୁଏ ।

ହେଲେ ଏଠାରେ ଜଣେ ଯୁବକଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି କିଛି ଅମାନୁଷିକ ଲୋକ। ଅନ୍ଧକାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଯାହାର ଦୃଶ୍ୟ ଜଣେ ଦେଖିବା ଭାରି କଷ୍ଟକର । ଏହିଭଳି ଏକ କାଣ୍ଡ ଘଟାଇଥିବା ଅପରାଧୀଙ୍କୁ ମଣିଷ ତ କହିହେବନି ଏମାନେ ରାକ୍ଷସ ଠାରୁ ବି ଆହୁରୀ କ୍ଷତିକାରକ ଏ ସମାଜ ପାଇଁ।

ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ଚୌଦ୍ବାର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଯୁବକଙ୍କୁ ଶ୍ମଶାନ ଭିତରେ ଜୀଅନ୍ତା ଜାଳିଦେଇଛନ୍ତି ଦୁର୍ବୃତ୍ତ । ବିରାଟଗାଦି ନିକଟ ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏହି ଯୁବକଙ୍କୁ ଉଦ୍ଧାର କରାଯାଇଥିଲା ଗତକାଲି ରାତିରେ। ଗତକାଲି ରାତି ପ୍ରାୟ ୧୨ଟା ସମୟରେ କିଛି ସ୍ଥାନୀୟ ଲୋକେ ଯୁକଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେହି ସମୟରେ ଚୌଦ୍ବାର ପୋଲିସ ପାଟ୍ରୋଲିଂ କରୁଥିବାବେଳେ ତୁରନ୍ତ ଆସି ଘଟଣାସ୍ଥଳରେ ପହଁଚିଥିଲା ।

ଶ୍ମଶାନ ଭିତରେ ଯୁବକ ଜଣକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଥିଲା । ହେଲେ ଏସ ସି ବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଯୁବକ ଜଣକ ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚଳ ରଂଜନ ମହାପାତ୍ର ବୋଲି ଜଣାପଡିଛି। ସେ ନିଶା ସେବନ କରନ୍ତି, ଗତକାଲି ଘରେ ଥିଲେ, କିଛି ବ୍ୟକ୍ତି ତାଙ୍କୁ ଡାକି ସାଙ୍ଗରେ ନେଇଥିବା ପରିବାରବର୍ଗ କହିଛନ୍ତି।

ଘଟଣାର ସଠିକ ତଦନ୍ତ ହେଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଏପଟେ ଯୁବକଙ୍କୁ କେହି ମାରିଦେବାକୁ ଉଦ୍ୟମ କରୁଥିବା ପୋଲିସ ମଧ୍ଯ ସନ୍ଦେହ କରୁଛି। ଯୁବକଙ୍କ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଥିବାଲା । ଏପଟେ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଚୌଦ୍ବାର ସହରକୁ ନାକାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି ଚୌଦ୍ୱାର ଥାନା ପୋଲିସ।

 

Sonalisa

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago