Categories: ରାଜ୍ୟ

ଯାଜପୁର ଟାଉନ : ସ୍କୁଟି-ହାଇୱା ଧକ୍କାରେ ବାପା ମୃତ ଝିଅ ଆହତ

ଯାଜପୁର ଟାଉନ (କେନ୍ୟୁଜ୍) : ଯାଜପୁର ସଦର ଥାନା ଅନ୍ତର୍ଗତ ହରିପୁର ମଟନ ଛକ ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ସୁଜନପୁର ପଞ୍ଚାୟତ ଢ଼ିଅସାହି ଗ୍ରାମର ଗୋଲକ ସାହୁ । ସେ ଏକ ସ୍କୁଟିରେ ନିଜର ବିବାହିତା ଝିଅ ବନିତା ରାଉତଙ୍କୁ ବସାଇ ହରିପୁର ଅଭିମୁଖେ ଯାଉଥିବା ସମୟରେ ପଛ ପଟୁ ଏକ ହାଇୱା ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଦୁର୍ଘଟଣାରେ ଗୋଲକଙ୍କ ଘଟଣାସ୍ଥଳେ ହିଁ ମୃତ୍ୟୁ ହୋଇ ଯାଇଥିବା ବେଳେ ବନିତା ଆହତ ହୋଇଛନ୍ତି।

ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିବା ସହ ଏହି ରାସ୍ତା ସଂପ୍ରସାରଣ ନହେବା ପର‌୍ୟ୍ୟନ୍ତ ଭାରିଯାନ ଚଳାଚଳକୁ ବନ୍ଦ କରିବାକୁ ଜିଦ ଧରିଥିଲେ। ଫଳରେ ଶହ ଶହ ସଂଖ୍ୟାରେ ଗାଡି ମଟର ଗୁଡିକ ଅଟକି ରହିଥିଲା। ଏହା ଫଳରେ ଜନଜୀବନ ବାଧା ପ୍ରାପ୍ତ ହୋଇଥିଲା। ପରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲା। ମୃତ ଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପୁଲିସ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅପମୃତ୍ୟୁ ମାମଲା ରୁଜୁ କରିଛି।

KNews Bureau

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

2 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

10 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

35 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

44 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago